Friday, November 6, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଗେଟ ବଜ଼ାର ଅଞ୍ଚଳରେ ବସ୍ ଧକ୍କାରେ ଛାତ୍ର ମୃତ୍ୟୁ, ଘଟଣାସ୍ଥଳରୁ ବସ୍ ଡ୍ରାଇଭର...

ବ୍ରହ୍ମପୁର ଗେଟ ବଜ଼ାର ଅଞ୍ଚଳରେ ବସ୍ ଧକ୍କାରେ ଛାତ୍ର ମୃତ୍ୟୁ, ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଫେରାର୍

524
ADVERTISEMENT

ବ୍ରହ୍ମପୁର ,୩୦/୩ (ଇ.ରଞ୍ଜନ ) : ବସ୍ ଧକ୍କାରୁ ଜଣେ ଛାତ୍ରଙ୍କ ମୃତ୍ୟୁ। ମୃତ ଯୁବକ ଜଣକ ବ୍ରଦ୍ମପୁର ହନୁମାନ ନଗର ନିବାସୀ ବାବୁଲା ମହାରଣାଙ୍କ ପୁଅ ତପଦ୍ବତି ବିଶ୍ୱକର୍ମା । ସୁଚନା ଅନୁସାରେ ସୋମବାର ବ୍ରହ୍ମପୁରର ଗେଟ୍ ବଜାର ବିଲ ସାହି ଛକରେ ପିଲାଟି ଛିଡା ହୋଇଥିଲା ବେଳେ ମା ତାରାତାରିଣୀ ନାମକ ଏକ ବସ୍ ଧକ୍କା ଦେଇଥିଲା ଯେଉଁଥିରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ଜଣକ ସେଣ୍ଟ ଜାଭିୟର ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିଲେ । ତେବେ ଏହି ଘଟଣା ପରେ ବସ୍ ଡ୍ରାଇଭର ଜଣକ ଫେରାର୍ ଥିବା ବେଳେ ଏନେଇ ପୋଲିସ୍ ଏକ ମାମଲା ରୁଜୁ କରି ବସକୁ ଜବତ କରିବା ସହ ଶବ ବ୍ୟବଛଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଛି।

Advertisement