କୋଦଳା,୨୮/୩ (ସୂର୍ଯ୍ୟନାରାୟଣ ବଡୁ) : ଶନିବାର କୋଦଳା କୋର୍ଟ ପରିସରରେ ଓକିଲ ସଙ୍ଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ବାଳକୃଷ୍ଣ ପଣ୍ଡା ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଗୋପାଳକୃଷ୍ଣ ସାହୁ ନିର୍ବାଚିତ ହୋଇଛନ୍ତି । ବାଳକୃଷ୍ଣ 25 ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସୁଶାନ୍ତ ସାହୁ 23 ଖଣ୍ଡ ପାଇଥିଲେ ଏବଂ ଗୋଟିଏ ଭୋଟ ନାକଚ ହୋଇଥିଲା ଗୋଟିଏ ଭୋଟ ବ୍ୟବଧାନରେ ବାଳାକୃଷ୍ଣ ପଣ୍ଡା ବିଜୟୀ ହୋଇଥିଲେ । ସେହିପରି ସମ୍ପାଦକ ଗୋପାଳକୃଷ୍ଣ ସାହୁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସନ୍ୟାସୀ ସାହୁଙ୍କୁ ୨୯ ଖଣ୍ଡ ଭୋଟ ବ୍ୟବଧାନରେ ପରଜିତ କରି ବିଜୟୀ ହୋଇଛନ୍ତି । ଗୋପାଳ 38 ଭୋଟ ପାଇଥିବା ବେଳେ ସନ୍ୟାସୀ 8ଖଣ୍ଡ ଭୋଟ ପାଇଥିଲେ ଏବଂ 4ଗୋଟି ଭୋଟ ନାକାଚ ହୋଇଥିବା ଜଣାପଡ଼ିଛି । ଏଥି ସହିତ ଜ୍ୟୋତିର୍ମୟ ପଟ୍ଟନାୟକ ଉପ ସଭାପତି ,ସହ ସମ୍ପାଦକ ଭାବେ ସୋମନାଥ ବେହେରା ଓ ଭାସ୍କର ସ୍ୱାଇଁ କୋଷଧକ୍ଷ୍ୟ ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି । ଆଇନଜୀବୀ ବ୍ରଜବନ୍ଧୁ ଦଳବେହେରା ଓ ରତିକାନ୍ତ ମହାରଣା ନିର୍ବାଚନ ପରିଚାଳନା କରିଥିବା ବେଳେ ମୋଟ ୪୯ ଜଣ ଭୋଟ ଦାନରେ ଅଂଶଗ୍ରହଣ କରିଥିଲେ।


















