Saturday, September 19, 2026
ADVERTISEMENT
Home ବାଲେଶ୍ଵର ଭିଜିଲାନ୍ସ ଜାଲରେ ବାଙ୍ଗିରପୋଷି ତହସିଲଦାର

ଭିଜିଲାନ୍ସ ଜାଲରେ ବାଙ୍ଗିରପୋଷି ତହସିଲଦାର

204
ADVERTISEMENT

ଭୁବନେଶ୍ୱର,୨୮/୩ (ଡ଼ି.ଏଚ/ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ଭିଜିଲାନ୍ସ ଜାଲରେ ପଡ଼ିଥିବା ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରପୋଷି ତହସିଲଦାରଙ୍କ ପାଖରୁ ଭିଜିଲାନ୍ସ ଅଧିକାରୀ ମାନେ ପୂର୍ବରୁ ୨ ଲକ୍ଷ ୫୦ ହଜାର ଟଙ୍କା ନଗଦ ଜବତ କରିଥିଲେ। ତଦନ୍ତ ପରେ ଭିଜିଲାନ୍ସ ଅଧିକାରୀ ତାଙ୍କ ବାଲେଶ୍ୱର ସ୍ଥିତ ବାସଭବନରୁ ନଗଦ ୨୩ ଲକ୍ଷ ୬୨ ହଜାର ଟଙ୍କା, ବିପୁଳ ସୁନା ଅଳଙ୍କାର, ୬୩ଟି ଜମିବାଡ଼ି ସଂପର୍କିତ କାଗଜପତ୍ର, ବିଭିନ୍ନ ଜାତୀୟକରଣ ବ୍ୟାଙ୍କର ୩୪ଟି ପାସ ବୁକ୍, ୧୦ଟି କ୍ରେଡିଟ ଓ ଡେବିଟ କାର୍ଡ ଜବତ କରାଯାଇଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ଦର୍ଶାଯାଇଛି। ୨୭ ତାରିଖ ବ୍ୟାଙ୍କ ବନ୍ଦ ଥିବାରୁ ଲକର ଖୋଲିବା ସମ୍ଭବ ହୋଇନାହିଁ ବୋଲି ଭିଜିଲାନ୍ସ ଏସପି ଜଣାଇଛନ୍ତି।

Advertisement