Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯୦ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯୦ ନୂଆ କରୋନା ପଜିଟିଭ୍ ଚିହ୍ନଟ

237
ADVERTISEMENT

ଭୁବନେଶ୍ୱର,୨୮/୩ (ଡ଼ି.ଏଚ/ବ୍ୟୁରୋ): ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯୦ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୭୧ ଜଣ କ୍ୱାରେଣ୍ଟିନ୍‌ରେ ଥିବାବେଳେ ଲୋକାଲ୍ କେସ୍‌ ୧୧୯ ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୦,୧୯୪ରେ ପହଞ୍ଚିଛି । ନୂଆପଡ଼ାରୁ ୪୦, ଝାରସୁଗୁଡ଼ାରୁ ୨୧, କଟକରୁ ୧୬, ସୁନ୍ଦରଗଡ଼ରୁ ୧୪, ବରଗଡ଼ରୁ ୧୫, ସମ୍ବଲପୁରରୁ ୧୧, ଅନୁଗୁଳ ଓ ମୟୁରଭଞ୍ଜରୁ ୧୦ ଜଣ ଲେଖାଏଁ, କଳାହାଣ୍ଡି, ରାୟଗଡ଼ା ଓ ବଲାଙ୍ଗୀରରୁ ୯ ଜଣ ଲେଖାଏଁ, ଗଞ୍ଜାମରୁ ୭, ପୁରୀ, ବାଲେଶ୍ୱର ଓ ଭଦ୍ରକରୁ ୬ ଜଣ ଲେଖାଏଁ, ଯାଜପୁରରୁ ୫, ଜଗତସିଂହପୁରରୁ ୩, କୋରାପୁଟ ଓ ସୋନପୁରରୁ ୨ ଏବଂ ଦେଓଗଡ଼ ଓ ଢେଙ୍କାନାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ଷ୍ଟେଟ ପୁଲ୍‌ରୁ ୧୬ଜଣ ରହିଛନ୍ତି। ଏବେସୁଦ୍ଧା ରାଜ୍ୟରେ ୧୬୫୦ ଜଣ ସକ୍ରିୟ ଚିକିତ୍ସାଧୀନ ଥିବା ବେଳେ ୩ ଲକ୍ଷ ୩୬ ହଜାର ୫୭୧ଜଣ ସୁସ୍ଥ ହୋଇଛନ୍ତି।

Advertisement