କୁକୁଡାଖଣ୍ଡି ,୨୭/୩ (ଇ.ରଞ୍ଜନ ) : କୁକୁଡ଼ାଖଣ୍ଡି,:ସଦର ଥାନା ପୋଲିସ ଗତ କାଲି ୩ ଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ପକ୍ଷରୁ ସୂଚନା ମିଳିଛି। ତେବେ ସୂଚନା ଅନୁଯାୟୀ ଗୁରୁବାର ସନ୍ଧ୍ୟାରେ କୌଣସି ସୂତ୍ରରୁ ଖବର ପାଇ ସଦର ଥାନା ପୋଲିସ ସଦଳବଳେ ମସିହାଖାଲି ଗ୍ରାମଦେଇ ଯାଉଥିବା ଏକ ଅଟୋକୁ ପିଛା କରି ଗ୍ରାମରେ ୮୨ କେଜି ୭୧୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୩ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଥିଲେ। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ବ୍ରହ୍ମପୁର ଅଞ୍ଚଳର ଅଟୋ ଡ୍ରାଇଭର ଏସ୍.ପ୍ରସାଦ ରାଓ, ପୋଲସରା ଅଞ୍ଚଳର ସନ୍ତୋଷ ଖଟେଇ ଏବଂ ଗୋଳନ୍ତରା ଥାନା ଅନ୍ତର୍ଗତ ହଳଦିଆ ପଦର ଗ୍ରାମର ଅରୁଣ କୁମାର ନନ୍ଦ ବୋଲି ଜାଣିବାକୁ ମିଳିଛି। ତେବେ ଏମାନଙ୍କ ବିରୋଧରେ ସଦର ଥାନାରେ ୮୫/୨୧ ରେ ଏକ ମାମଲା ରୁଜୁ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀଣି ସନ୍ତୋଷୀନି ଓରାମ ସୂଚନା ଦେଇଛନ୍ତି।


















