Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଅସହାୟଙ୍କୁ ସାହା ହେଲେ କୁକୁଡାଖଣ୍ଡି ବିଡିଓ

ଅସହାୟଙ୍କୁ ସାହା ହେଲେ କୁକୁଡାଖଣ୍ଡି ବିଡିଓ

196
ADVERTISEMENT

କୁକୁଡାଖଣ୍ଡି ,୨୭/୩ (ଇ.ରଞ୍ଜନ ) : କୁକୁଡାଖଣ୍ଡି ବ୍ଲକ ନିମଖଣ୍ଡି କେନାଲ ପାର୍ଶ୍ୱରେ ବହୁ ବଷ ଧରିଥିବା ଅସହାୟ ମା ପୁଅଙ୍କୁ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଖାଦ୍ୟ ସାମଗ୍ରୀ ସହ ବସ୍ତ୍ର ଓ ଏକ ହଜାର ଟଙ୍କା ଆର୍ଥୀକ ସାହାଯ୍ୟ ପ୍ରଦାନ କରିଥିଲେ । କୁକୁଡାଖଣ୍ଡି ବିଡ଼ିଓ ଗଦାଧର ପାତ୍ର। ବହୁ ଦିନ ଧରି ଅସହାୟ ଅବସ୍ଥାରେ ବୃଦ୍ଧ ମା ପୁଅଙ୍କ ଉପରେ ନଜର ପଡୁନଥିଲା ପ୍ରଶାସନର କି ଜନପ୍ରତିନିଧିଙ୍କ । ୭୧ ବର୍ଷିୟ ସୁକୁମାରୀ ସାହୁ, ୫୧ ବର୍ଷିୟ ପୁଅ ନିରଞ୍ଜନ ସାହୁ ନିମଖଣ୍ଡି ସ୍ଥିତ କେନାଲ ହୁଡାରେ ପାଲ ପକାଇ ରୁହନ୍ତି। ଘର ଖଣ୍ଡିଏ ନାହିଁ କି ଖାଇବା ପାଇଁ ଖାଦ୍ୟ ନାହିଁ। ରହିବା ପାଇଁ ଛାତ ଖଣ୍ଡିଏ ବି ନାହିଁ। ସୁକୁମାରୀଙ୍କ ପିନ୍ଧିବା ପାଇଁ ବସ୍ତ୍ର ନାହିଁ ସେ ଝରିପାଲ ବସ୍ତ୍ର ପାଲଟିଥିଲା ତାଙ୍କୁ କିଛି ଦିନ ପରେ ପ୍ରଶାସନର ନଜର ପଡିଥିବାରୁ ଖାଇବା ପ୍ରଦାର୍ଥ ଏବଂ ବସ୍ତ୍ର ଖଣ୍ଡିଏ ଏବଂ ପଇସା ନେଇ ପ୍ରଧାନ କରିଥିଲେ l ପ୍ରତିଶୃତି ଦେଲେ ପ୍ରଧାନ ମନ୍ତ୍ରୀ କିମ୍ବା ବିଜୁପକ୍କା ଘର ଓ ଖାଇବାକୁ ସରକାରଙ୍କ ତରଫରୁ ରାସନ ଅର୍ଣ୍ଣପୂର୍ଣ୍ଣl ଯୋଜନା ନଚେତ ଏ.ପି.ଏଲ ଯୋଜନା ରେ ଜଡିତ କରିଦେବା ପାଇଁ ବିଡ଼ିଓ ପ୍ରତିଶୃତି ଦେଇଥିଲେ l

Advertisement