ବ୍ରହ୍ମପୁର,୨୭/୩ (ଇ.ରଞ୍ଜନ ) : ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଦୟାପଲ୍ଲୀ ଗ୍ରାମରେ ଥିବା ବାଲୁଙ୍କେଶ୍ଵର ମନ୍ଦିରରୁ ଚୋରି ହୋଇଯାଇଛି। ଦୁର୍ବୃତ୍ତମାନେ ମନ୍ଦିରର ହୁଣ୍ତି ବାକ୍ସକୁ ଉଠାଇ ନେଇ ସେଥିରେ ଥିବା ଟଙ୍କା ସମେତ ସୁନା ଅଳଙ୍କାର ନେଇ ଯାଇଥିବ ଜଣାଯାଇଛି। ସକାଳେ ମନ୍ଦିର ଠାରୁ କିଛି ଦୂରରେ ହୁଣ୍ତି ବାକ୍ସଟି ପଡିଥିବା ଦେଖିବାକୁ ମିଳିଥିଲା। ଏହି ନେଇ ହିଞ୍ଜିଳିକାଟୁ ପୋଲିସ ଥାନାରେ ଗାଁ ପରିଚାଳନା କମିଟିର ସଭାପତି କେ.ବାସୁଦେବ ଅଭିଯୋଗ କରିଛନ୍ତି। ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ କମ୍ ସମୟରେ ଅପରାଧ ନିୟନ୍ତ୍ରଣ କରିବା ବୋଲି ପୋଲିସ ସୂତ୍ରରୁ ମିଳିଥିବା ସୂଚନା।


















