କୁକୁଡ଼ାଖଣ୍ଡି,୨୪/୩ (ଇ.ରଞ୍ଜନ):ବ୍ରହ୍ମପୁର ଫାଷ୍ଟଗେଟ ଠାରେ ଏକ ଦୃଘଟଣାରେ ଜଣେ ଯୁବକଙ୍କ ମୃତ ଘଟିଛି l ଫାଷ୍ଟଗେଟ ଠାରେ ଥିବା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ନିକଟବର୍ତ୍ତୀ ଅଞ୍ଚଳରେ ସୋମବାର ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଏକ ଯାତ୍ରୀବାହି ବସ ହିଞ୍ଜିଳିରୁ ବ୍ରହ୍ମପୁରକୁ ଆସୁଥିବା ବେଳେ ଜଗଦଳପୁର ଗ୍ରାମ ନିକଟରେଥିବା ହରିଜନ କମାପଲ୍ଲୀ ଗ୍ରାମର ମୋହନ ଦାସଙ୍କ ପୁଅ ଶଙ୍କର ଦାସ(45) ବ୍ରହ୍ମପୁରରୁ ଦୈନିକ କାର୍ଯ୍ୟ ସାରି ଗାଁ ଅଭିମୁଖେ ପ୍ରାୟ ୫ଟା ସମୟରେ ଆସୁଥିବା ବେଳେ ରାସ୍ତାରେ ଶୋଷ ଲାଗିବାରୁ ପାଣି ପିଇବା ପାଇଁ ରାସ୍ତା ଅତିକ୍ରମ କରି ପାଣି ଟେପରୁ ଫେରୁଥିବା ବେଳେ ଉକ୍ତ ବସଟି ଶଙ୍କରକୁ ଧକ୍କା ଦେଇଥିଲା ଫଳରେ ସେ ଛିଟିକି ଯାଇ ରୋଡ ମଧ୍ୟଭାଗରେ ଥିବା ଲୁହା ରେଡରକୁ ମୁଣ୍ଡ ବାଜିଥିଲା ଯାହାଫଳରେ ଗଭୀର ଆଗତ ଲାଗିଥିବା ବେଳେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା ଚିକିତ୍ସା ବେଳେ ମଙ୍ଗଳବାର ତାଙ୍କର ମୁର୍ତ୍ୟୁ ଘଟିଥିଲା l ଶବବ୍ୟବଛେଦ କରି ଗ୍ରାମକୁ ଅଣାଯାଇଥିଲା।


















