Thursday, September 24, 2026
ADVERTISEMENT
Home ମୁଖ୍ୟ ଖବର ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୧୩ କରୋନା ପଜିଟିଭ ଚିହ୍ନଟ

୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୧୩ କରୋନା ପଜିଟିଭ ଚିହ୍ନଟ

178
ADVERTISEMENT

ଭୁବନେଶ୍ୱର,୨୩/୩ (ଡ଼ି.ଏଚ/ବ୍ୟୁରୋ): ରାଜ୍ୟରେ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି। ୨୪ ଘଣ୍ଟାରେ ଆଉ ୧୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୬୭, ସ୍ଥାନୀୟ ୪୬ । ମୋଟ ପଜିଟିଭ ସଂଖ୍ୟା ୩,୩୯,୦୭୬ରେ ପହଞ୍ଚିଛି। ୩,୩୬,୨୦୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୯୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତ । ୨୧ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୨୦, କଟକରୁ ୧୭, ଖୋର୍ଦ୍ଧାରୁ ୧୪ ଆକ୍ରାନ୍ତ ଚିହ୍ନଟ। ଅନୁଗୁଳରୁ ୫, ବାଲେଶ୍ୱର ୨, ବରଗଡ ୧, ବଲାଙ୍ଗୀର ୩, ବୌଦ୍ଧ ୧, ଢେଙ୍କାନାଳ ୧, ଗଜପତି ୧, ଜଗତସିଂହପୁର ୫, ଯାଜପୁର ୪, ଝାରସୁଗୁଡା ୪, କଳାହାଣ୍ଡି ୭, କେନ୍ଦ୍ରାପଡା ୩, କେନ୍ଦୁଝର ୨, କୋରାପୁଟ ୧, ମୟୁରଭଞ୍ଜ ୧୧, ନୂଆପଡା ୪, ରାୟଗଡା ୧, ସମ୍ବଲପୁର ୩, ଷ୍ଟେଟ ପୁଲରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Advertisement