Thursday, November 5, 2026
ADVERTISEMENT
Home ଆଞ୍ଚଳିକ କୋଦଳା ଏନଏସିରେ ମଶାରୀ ବଣ୍ଟନ

କୋଦଳା ଏନଏସିରେ ମଶାରୀ ବଣ୍ଟନ

446
ADVERTISEMENT

କୋଦଳା,୨୨/୩ (ସୂର୍ଯ୍ୟନାରାୟଣ ବଡୁ) : ସୋମବାର ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗ୍ରାମର ସମସ୍ତ ପରିବାରକୁ ମଶାରି ବଣ୍ଟନ କରାଯିବାକୁ ଥିବାବେଳେ ଆଜି ଖଡୁରାସାହି, ଡେରାସାହି ଓ ବାଇଗଣିଆ ସାହି ଓ ଇନାମ ବେଲପଡା ଅଙ୍ଗନବାଡି କେନ୍ଦ୍ର ଅଧୀନରେ ଥିବା ସମସ୍ତ ସାହି ଗୁଡିକୁ ମଶାରି ବଣ୍ଟନ କରାଯିବ ବୋଲି ଏଏନଏମ ପ୍ରମିଳା ପାତ୍ର କହିଥିବାବେଳେ କୌଣସି କାରଣ ରୁ କରଣସାହି କେନ୍ଦ୍ର ର ସାହିଗୁଡିକ ରେ ବଣ୍ଟନ କାର୍ଯ୍ୟ ହୋଇପାରି ନଥିଲା । ସକାଳ ଦଶଘଣ୍ଟ ସମୟରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କିଛି ଅସହାୟ, ବୃଦ୍ଧଙ୍କୁ ନିଜ ହାତରେ ମଶୁରୀ ବଣ୍ଟନ କରିଥିଲେ । ପ୍ରତ୍ୟକ ପରିବାର ସଦସ୍ୟ ମଶୁରୀ ପାଇବେ ବୋଲି ଏଏନଏମ ଏଟିଓଙ୍କୁ କହିଥିଲେ ।ଏହି କାର୍ଯ୍ୟକ୍ରମରେ ଏଏନଏମ୍ ଙ୍କ ସମେତ , ଅଙ୍ଗନୱାଡ଼ି କର୍ମୀ ସବିତା ପାଢ଼ୀ,ସୁମିତ୍ରା ନାୟକ, ସୁମିତା ସ୍ୱାଇଁ ଅଙ୍ଗନୱାଡ଼ି ସହାୟିକା ସବିତା ସାହୁ,ବନିତା ଦାଶ,ସ୍ୱାସ୍ଥ୍ୟକର୍ମୀ ରାଧାରାଣୀ ଜେନା, ସବିତା ବେହେରା,ଅପୁରୀ ପ୍ରଧାନ, ସୁଜାତା ଗୌଡ଼ ଉପସ୍ଥିତ ଥିବାବେଳେ ଗ୍ରାମବାସୀ ମାନେ ଉପସ୍ଥିତ ରହି ମଶୁରୀ ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ଅଙ୍ଗନବାଡି କେନ୍ଦ୍ର ଅଧୀନରେ ଥିବା ବିଭିନ୍ନ ସାହି ରେ ଅନୁଷ୍ଠିତ ହେବ ବୋଲି ଏଏନଏମ ସୁଚନା ପ୍ରଦାନ କରିଛନ୍ତି ।

Advertisement