Friday, November 6, 2026
ADVERTISEMENT
Home ଆଞ୍ଚଳିକ ଅଞ୍ଚଳର ବିକାଶ ଆଗେଇବ ନା ଆଣ୍ଠେଇବ : ପ୍ରଦୀପଙ୍କ ପରେ ଉତ୍ତରାଧିକାରୀ ଖୋଯା

ଅଞ୍ଚଳର ବିକାଶ ଆଗେଇବ ନା ଆଣ୍ଠେଇବ : ପ୍ରଦୀପଙ୍କ ପରେ ଉତ୍ତରାଧିକାରୀ ଖୋଯା

306
ADVERTISEMENT

କୁକୁଡ଼ାଖଣ୍ଡି,୨୨/୩ (ଇ.ରଞ୍ଜନ) : ମୁରବି ବିହୀନ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଉପରେ ଏବେ ସମସ୍ତଙ୍କ ନଜର ପ୍ରଦୀପଙ୍କ ପରେ ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ପରୋକ୍ଷରେ ଖୋଜା ଚାଲିଛି । ଏବେ ଆଉ ନେତା ନୁହଁ ପୂର୍ବତନ ସରକାରୀ ଅଧିକାରୀ ହିଁ ଭରସା ବୋଲି ଚର୍ଚ୍ଚା ହେଉଛି । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସଜବାଜ ହେଉଛି କୁକୁଡାଖଣ୍ଡି ବ୍ଲକରେ ଥିବା ଗୋପାଳପୁର ନିର୍ବାଚନ ମଣ୍ଡଳୀର ସମସ୍ତ ପଞାୟତ l ଦେଖିବା ପାଇଁ ଗଲେ ସେହି ଅଞ୍ଚଳକୁ ପୂର୍ବରୁ ସେହି ଅଞ୍ଚଳକୁ ଗତ ବିଧାନସଭା ନିର୍ବାଚନରେ ବିଜେଡି ସ୍ୱଳ୍ପ ଭୋଟରେ କ୍ଷମତାକୁ ଆସିଥିବା ବେଳେ ସେହି ଅଞ୍ଚଳର ଭୋଟ ବିଜେପି ଖାତାକୁ ଯାଇଥିଲା ଏବଂ ବର୍ତମାନ ମଧ୍ୟ ବିଜେପି ସେହି ଅଞ୍ଚଳ ମାନଙ୍କରେ କର୍ମୀ ସମର୍ଥକଙ୍କୁ ଆକର୍ଷିତ କରୁଥିବା ନଜିର ରହିଛି । ସେହି ଅଞ୍ଚଳରେ ଜନପ୍ରତିନିଧି ମାନେ ଯେପରି ବିକାଶକୁ ହେୟଞାନ କରୁଥିବା ଜଣାପଡୁଛି। ବିକାଶକୁ ନେଇ ଯେଉଁ ବିରୋଧ ସୃଷ୍ଟି ହେଉଛି ଲୋକଙ୍କ ଦୃଷ୍ଟି ଶକ୍ତି ବିରଧୀଙ୍କ ଆଡେ ଗତିକରୁଥିବା ଜଣାପଡୁଛି l ୫ବର୍ଷରେ ହେଇଥିବା ବିକାଶ ଯେଉଁ ଭଳି ଲୋକଙ୍କୁ ଆକର୍ଷିତ କରିନଥିବା ଅଞ୍ଚଳର ଜନପ୍ରତିନିଧି ମାନଙ୍କ ମଧ୍ୟରେ କୋକୁଆ ଭୟ ଘାରିଥିବାରୁ ୫ ଖଣ୍ଡ ଗ୍ରାମର ସରପଞ୍ଚ ସମିତିସଭ୍ୟ ଅଧକ୍ଷ ଉପାଧ୍ୟକ୍ଷା ମାନଙ୍କ ମଧ୍ୟରେ ଏକ ମିଳିତ ବୈଠକ ବସିଥିଲା । ଶେଷ ପର୍ଯ୍ୟାୟରେ ପଞ୍ଚାୟତ ଉର୍ନ୍ନତିକରଣ ଆଗେଇ ନେବା ପାଇଁ ଏକ ବିକାଶବୈଠକ ଲୋଚାପଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ବସିଥିବା ବେଳେ ଉକ୍ତ ନିର୍ବାଚନ ମଣ୍ଡଳୀ ଦାଇତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଗୋପବନ୍ଧୁ ଦାସ ରବିବାର ଅପରାହ୍ନରେ ବିବାଦୀୟ ଲୋଚାପଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ହୁଗୁଳାପଟ୍ଟା,ଗୁରୁଣ୍ଠି, ଲୋଚାପଡା,ନିମଖଣ୍ଡି ଓ ବୋରିଗାଁ ଆଦି ୫ଟି ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତର ପାନୀୟଜଳ ସମସ୍ୟା,ବିଦ୍ୟୁତ କରଣ ସମସ୍ୟା,ମିଶନ ଶକ୍ତି,ଶିଶୁ ଉଦ୍ୟାନ, ଆଦର୍ଶ ଗୁହାଳ ଆଦି ବିଷୟରେ ତଦାରଖ କରିଥିଲେ।ଏବଂ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କିପରି ଅଧିକ କାର୍ଯ୍ୟ ଦିବସ ସୃଷ୍ଟି ହୋଇପାରିବ । ଏବଂ ଲୋକଙ୍କ ସମସ୍ୟା ସ୍ଥିର କରିବା ପାଇଁ ସମସ୍ତ ସରପଞ୍ଚ ସମିତିସଭ୍ୟ ଏବଂ ପ୍ରଶାସନ ଅଧିକାରୀ ବିଡ଼ିଓ ଅଧକ୍ଷଙ୍କୁ ପରାମର୍ଶ ଦେଇଥିଲେ l ପ୍ରଦୀପଙ୍କ ନେତୃତ୍ୱରେ ଯେପରି ବିକାଶ ହେଉଥିଲା ତାହା ଜାରି ରହିବ ନା ବିକାଶରେ ରୋକ ଲାଗିବ ଦେଖିବାକୁ ବାକି ରହିଲା ।

Advertisement