Tuesday, November 10, 2026
ADVERTISEMENT
Home ଆଞ୍ଚଳିକ ବିଦ୍ୟୁତ ତାର ଲାଗି ଜଣେ ମୃତ,ଜଣେ ଗୁରୁତର

ବିଦ୍ୟୁତ ତାର ଲାଗି ଜଣେ ମୃତ,ଜଣେ ଗୁରୁତର

211
ADVERTISEMENT

କୁକୁଡାଖଣ୍ଡି,୨୧/୩ (ଇ.ରଞ୍ଜନ) : କୁକୁଡାଖଣ୍ଡିରେ ସୋମପେଟା ସାହିରେ ବିଦ୍ୟୁତ କାମ କରୁଥିବା ବେଳେ ବିଦ୍ୟୁତ ଲାଗି ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିସ୍ଛିତ ହେଉଛନ୍ତି । ଟି.ରାମ ଚନ୍ଦ୍ରଙ୍କ ଘରେ ଶୁକ୍ରବାର ରାତ୍ର ୭ଟାରେ ଗୋପିନାଥପୁର ଗ୍ରାମର ଟି.ଭୋଳାଶଙ୍କର ବିଦ୍ୟୁତ କାମ କରୁଥିବା ବେଳେ କୌଣସି କାରଣବସତଃ ସେ ବିଦ୍ୟୁତ ସଂସ୍ବର୍ଶରେ ଆସିଯାଇଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ରାମଚନ୍ଦ୍ରଙ୍କ ପୁଅ ଟି.ଅଜୟ ମଧ୍ୟ ଗୁରୁତର ହୋଇଥିଲେ । ତାଙ୍କୁ ବ୍ରହ୍ମପୁରର ବଡ ମେଡିକାଲରେ ଭର୍ତି କରାଯାଇଛି । ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି ।

Advertisement