Thursday, September 24, 2026
ADVERTISEMENT
Home ଆଞ୍ଚଳିକ ବିଶ୍ୱ ଘରଚଟିଆ ଦିବସ ପାଳନ

ବିଶ୍ୱ ଘରଚଟିଆ ଦିବସ ପାଳନ

758
ADVERTISEMENT

ପାରଳାଖେମୁଣ୍ଡି,୨୧/୩ (ପ୍ରଭାତ କୁମାର ପାତ୍ର) : ଆଞ୍ଚଳିକ ବିକାଶ ପରିଷଦ ଗଞ୍ଜାମ ଓ ପାରଳାଖେମୁଣ୍ଡି ବନଖଣ୍ଡ ସହଯୋଗରେ ବିଶ୍ୱ ଘରଚଟିଆ ଦିବସ ଗୋଷାଣି ବ୍ଳକ ପାଟିକୋଟା ଗ୍ରାମରେ ପାଳିତ ହୋଇଯାଇଛି । ଘରଚଟିଆ ପକ୍ଷୀର ସୁରକ୍ଷା ଓ ସଂରକ୍ଷଣ ଓ ଜନ ସଚେତନତା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବା ବେଳେ ,ଏହି କାର୍ଯ୍ୟକ୍ରମରେ ପରିଷଦର ସଭାପତି ସାଗର କୁମାର ପାତ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ବେହେରା, ସମ୍ମାନିତ ଅତିଥି ରୂପେ ସହକାରୀ ବନ ସଂରକ୍ଷକ ଶ୍ରୀ ଗୌରୀ ପ୍ରସାଦ ରାଉତ, ଦେବଗିରି ବନାଞ୍ଚଳ ଅଧିକାରୀ ଶ୍ରୀ ଅରୁଣ କୁମାର ବେହେରା ,ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଘରଚଟିଆର ସୁରକ୍ଷା ନିମନ୍ତେ ସ୍ଥାନୀୟ ଗ୍ରାମବାସୀ ଓ ବନ ସୁରକ୍ଷା ସମିତିର ସଭାପତି ଏ. ସିମାଦ୍ରିଙ୍କୁ କ୍ରୁତିମ ବସା, ଖାଦ୍ୟ ସ୍ଥଳୀ ବଣ୍ଟନ କରିବାସହ ଘର ଦାଣ୍ଡରେ କୃତ୍ରିମ ବସା ସ୍ଥାପନ କରଯାଇଥିଲା । ଆଞ୍ଚଳିକ ବିକାଶ ପରିଷଦ ପୁର୍ବରୁ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଳକରେ ଘର ଚଟିଆ ସୁରକ୍ଷା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ସଫଳ ଲାଭ କରିବା ସହ ଵହୁ ପ୍ରସଂଶା ସାଉଣ୍ଟି ଥିବା ବେଳେ ଆଉ ପାଦେ ଆଗକୁ ଜାଇ ପଡୋଶୀ ଜିଲ୍ଲା ଗଜପତିରେ ଆଜି ଘର ଚଟିଆ ଦିବସରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଆଗାମି ଦିନରେ ଗଜପତି ଜିଲ୍ଲାରେ ମଧ୍ୟ ସମସ୍ତ ଅଞ୍ଚଳରେ ପକ୍ଷୀଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିବ ଏବଂ ବନ୍ୟ ଜନ୍ତୁ ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି ଦିଗରେ ପଦକ୍ଷେପ ନେବା ନିମନ୍ତେ କାର୍ଯ୍ୟକ୍ରମରେ ସୁଚନା ଦେଇଛନ୍ତି ସଭାପତି ।

Advertisement