Friday, November 6, 2026
ADVERTISEMENT
Home ଆଞ୍ଚଳିକ ପିଉସୀଙ୍କୁ ଅସଦାଚରଣ କରୁଥିବା ବୃଦ୍ଧଙ୍କୁ ହତ୍ୟା କଲା ନାବାଳକ

ପିଉସୀଙ୍କୁ ଅସଦାଚରଣ କରୁଥିବା ବୃଦ୍ଧଙ୍କୁ ହତ୍ୟା କଲା ନାବାଳକ

193
ADVERTISEMENT

ବ୍ରହ୍ମପୁର,୨୧/୩ (ସୁଦାମ ମହାରଣା) :ପିଉସୀ ନାନୀଙ୍କୁ ଅସଦାଚରଣ କରିଥିବା ବୃଦ୍ଧଙ୍କୁ ପଡିଲା ମହଙ୍ଗା । ନାବାଳକ ପୁତୁରା ସ’ପୃକ୍ତ ବୃଦ୍ଧଙ୍କୁ କାତିରେ ହାଣି ନିର୍ମମ ଭାବେ ହତ୍ୟା କରିଦେଇଛି । ଏଭଳି ରୋମଟାଙ୍କୁରା ଘଟଣା ଘଟିଛି, ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଗ୍ରାମରେ । ମୃତ ଜଣକ ହେଲେ ସେହି ଗ୍ରାମର ପ୍ରଶ୍ନ ନାହାକ(୬୧) । ହତ୍ୟାକାରି ନାବାଳକକୁ ପୁଲିସ ଧରିଥିବା ବେଳେ ତାଠାରୁ ଦୁଇ ଗୋଟି କାତି ଜବତ ହୋଇଛି । ନାବାଳକ ଜଣକ ସମସ୍ତ ଦୋଷ ସ୍ବୀକାର କରିଛି । ସୂଚନା ଅନୁସାରେ, ବାଉରୀ ସାହୀ ବାସିନ୍ଦା ପ୍ରଶ୍ନ ଗତ କିଛି ଦିନ ହେଲା ନାବାଳକ ର ପିଉସୀ(୩୫)ଙ୍କୁ ଅସଦାଚରଣ କରୁଥିବା ସହ ଗାଁ ଦାଣ୍ଡରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଥିଲା । ପରିବାର ଏହାକୁ ପ୍ରତିବାଦ କଲେ ମଧ୍ୟ ପ୍ରଶ୍ନ ଧମକ ଚମକ ଦେଉଥିଲା । କିନ୍ତୁ ପୁତୁରାର ରାଗ ସୀମା ବାହାରକୁ ଚାଲି ଯାଇଥିଲା । ସେ ପ୍ରଶ୍ନକୁ ହତ୍ୟା କରିବାପାଇଁ ଯୋଜନା କରିଥିଲା। ପ୍ରଶ୍ନ ଘାଇ ନାଳ ନିକଟ ଗନ୍ଦା ପାହାର ଜମିରେ ମରିଚ ଗଛରେ ପାଣି ଦେବା ପାଇଁ ଶନିବାର ଅପରାହ୍ନରେ ଯାଇଥିଲେ ।ନାବାଳକ ଜଣକ ପୂର୍ବରୁ ପ୍ରସ୍ତୁତ ହୋଇରହିଥିଲା, କାତିରେ ପ୍ରଶ୍ନକୁ ଚୋଟ ପରେ ଚୋଟ ହାଣିଥିଲା ।ଘଟଣା ସ୍ଥଳରେ ହିଁ ପ୍ରଶ୍ନ ଟଳିପଡିଥିଲା । ।ପୁଲିସ ଶବକୁ ଉଦ୍ଧାର କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇ ଥିଲା। ନାବାଳକ ଜଣଙ୍କ ଗାଁରୁ ଫେରାର ହୋଇଯାଇଥିଲା । ଫୋନ ଟ୍ରାକିଙ୍ଗ୍ ରୁ ଗାଗନାପୁର ଗ୍ରାମରୁ ପୁଲିସ ନାବାଳିକକୁ କାବୁ କରିଥିଲା ।

Advertisement