ସାନଖେମୁଣ୍ଡି,୨୧/୩ (ସପନ ଦାସ) : ଡେଙ୍ଗାଡି ରଙ୍ଗୁଣି ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ବାଇକ୍ ଆରୋହୀ ମୄତ୍ୟୁବରଣ କରିଥିବାବେଳେ ଉତ୍ୟକ୍ତ ଲୋକଙ୍କ ମାଡରେ ଟ୍ରକ୍ ଡ୍ରାଇଭରଙ୍କ ମୄତ୍ୟୁ । ସୂଚନା ଅନୁସାରେ ଶନିବାର ଅପରାହ୍ନରେ ବାଇକ୍ ଆରୋହି କାହ୍ନୁଚରଣ ଜେନାOD07AG8840 ହୋଣ୍ଡା ୟୁନିକନ ବାଇକରେ ନିଜ ବନ୍ଧୁସହିତ ଗ୍ରାମକୁ ଫେରୁଥିବା ବେଳେ ପଛପଟୁ ଆସୁଥିବା OR07H5247 ଟିପର୍ ଗାଡ଼ି ଧକ୍କାରେ କାହ୍ନୁଚରଣଙ୍କ ମୃତ୍ୟୁ ଘଟିଥିଲା ଓ ତାଙ୍କ ବନ୍ଧୁ ଗୁରୁତର ଆହାତ ହୋଇଥିଲେ। ପରେ ଗୁରୁତର ଅବସ୍ଥାରେ ଆଡପଡା ମେଡିକାଲରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣା ଖବର ପାଇ ପରିବାର ଲୋକେ ଓ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିବା ସହ ଉକ୍ତ ସ୍ଥାନରେ ମୃତ ଶରୀର ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।

ଘଟଣାସ୍ଥଳରେ ପାଟପୁର ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା କିନ୍ତୁ ଉତ୍ୟକ୍ତ ଲୋକେ ବୁଝିନଥିଲେ। ପୋଲିସ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଗାଡ଼ିରେ ନେଉଥିବା ବେଳେ ଉତ୍ତ୍ୟକ୍ତ ଲୋକେ ପୋଲିସ ହାତରୁ ଛଡ଼ାଇ ନେଇ ନିସ୍ତୁକ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ଆଡପଡା ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ। ଏହା ପରେବି ଲୋକେ ସାନଖେମୁଣ୍ଡି ତହସିଲଦାର ଏବଂ ଗାଡ଼ି ମାଲିକ ଘଟଣା ସ୍ଥଳକୁ ଆସିବାପାଇଁ ଜିଦ୍ ଧରି ବସିଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସିକା SDPO ସୂର୍ଯ୍ୟମଣି ପ୍ରଧାନ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରିଥିଲେ। ପରେ ଆଡପଡା ସରପଞ୍ଚ ନିଳମାଧବ ରାଉତ ଉପସ୍ଥିତ ରହି ଆପୋଷ ବୁଝାମଣା କରିଥିଲେ। ଏହା ପରେ ରାସ୍ତାରୁ ସବ ଉଠାଇ ବ୍ରହ୍ମପୁର ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲ ।


















