Saturday, November 7, 2026
ADVERTISEMENT
Home ଆଞ୍ଚଳିକ ବରିଷ୍ଠ ସଂଗୀତ ନିର୍ଦ୍ଧେଶକ ଦ୍ୱାରିକାନାଥ ଙ୍କ ଅକାଳ ବିୟୋଗ

ବରିଷ୍ଠ ସଂଗୀତ ନିର୍ଦ୍ଧେଶକ ଦ୍ୱାରିକାନାଥ ଙ୍କ ଅକାଳ ବିୟୋଗ

420
ADVERTISEMENT

ବ୍ରହ୍ମପୁର,୨୦/୩(ଇ.ରଞ୍ଜନ): ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାର ବରିଷ୍ଠ କଣ୍ଠ ଶିଳ୍ପୀ ସଂଗୀତ ନିର୍ଦେଶକ ଦ୍ୱାରିକାନାଥ ଘଡେଇଙ୍କ ୬୮ ବର୍ଷରେ ଗୁରୁବାର ଅପରାହ୍ନ ୩ ଟା ସମୟରେ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲ ରେ ହୃଦଘାତରେ ପରଲୋକ I ସେ ପୂର୍ବରୁ ହୃଦଘାତ ସମସ୍ୟାରେ ପୀଡିତ ଥିବା ସୂଚନା l ତାଙ୍କ ଘର ଜଗଦଳପୁର ଠାକୁର ବାପା ଆଶ୍ରମ କଲନୀ ଅଞ୍ଚଳରେ I ସେ ପୂର୍ବରୁ ଠାକୁରବାପା ଆଶ୍ରମରେ ରହି ଗୀତ ସଂଗୀତ ଲେଖିବା ସହ ଗାନ କରି ଆଖପାଖ ଜିଲ୍ଲାରେ ଚାଲୁଥିବା ବିଭିନ୍ନ ରଙ୍ଗ ମଞ୍ଚରେ ଦର୍ଶକଙ୍କୁ ଆକର୍ଷିତ କରୁଥିଲେ l ସେ ମଞ୍ଚ ଉପରେ ଅତି ତରବରିଆ ରେ ଗୀତଗାନ କରି ଲୋକଙ୍କ ଅତି ନିକଟତର ହୋଇଥିବା ରୁ ସମସ୍ତଙ୍କ ଘଡ଼ଘଡ଼ି ମାଷ୍ଟ୍ର ଭାବେ ପରିଚିତ ଥିବା ପ୍ରକାଶ ପାଉଛି ଏବଂ ସେ ପୂର୍ବରୁ ବ୍ରହ୍ମପୁର ସରକାରୀ ଏମ.କେ.ସି.ଜି ମେଡିକାଲ ରେ ଜଣେ ପ୍ରୟୋଗଶାଳା ସହାୟକ (ଲେବରେଟେରି ଟେକ୍ନିସିଆନ) ରେ ରହିଥିବା ବେଳେ ଅନେକ ଲୋକଙ୍କ କାର୍ଯ୍ୟ ସମୟ ଅନୁଯାୟୀ ସମ୍ପାଦନ କରି ସହଯୋଗ କରିଥିବା ତାଙ୍କ ସହଯୋଗୀ ମାନେ ମତପ୍ରକାଶ କରୁଥିଲେ l ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭଜନ ପ୍ରତିଯୋଗିତା ରେ ମଞ୍ଚ ବିଚାରକ କରୁଥିବା ବେଳେ ଭଜନ ସମାହାର ଭଳି ଦିବ୍ୟ ଜୀବନ ଅନୁଷ୍ଠାନର ସକ୍ରିୟ ସଭ୍ୟ ଥିଲେ ବର୍ତମାନ ସେ ଶରୀର ତ୍ୟାଗ କରିବା ପରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣ ରେ ଥିବା ସଂଗୀତ କଳାକାର ମାନେ ବିଶିଷ୍ଟ କଳାକାର ଅକାଳ ବିୟୋଗ କୁ ନେଇ ଦୁଃଖ ପ୍ରକାଶ କରିଥିଲେ ଏବଂ ତାଙ୍କ ପରିବାର ବର୍ଗ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l

Advertisement