ମାହାଙ୍ଗା ୧୯।୩: ବହୁ ଚର୍ଚ୍ଚିତ ମାହାଙ୍ଗା ବିଜେପି କର୍ମୀ ବିକାଶ ଜେନା ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ହତ୍ୟାକାଣ୍ଡ ପରଠୁ ଅଭିଯୁକ୍ତ ସୁଧାଂଶୁ ସେଠୀ ଆତ୍ମଗୋପନ କରି ବିଜୟନଗରମର ଏକ କାଷ୍ଟ ଆଇରନ୍ କମ୍ପାନୀରେ କାମ କରୁଥିଲେ । ସେଠାରୁ ତାଙ୍କୁ ଗିରଫ କରିଛି ମାହାଙ୍ଗା ପୋଲିସ । ଏବେ ସୁଦ୍ଧା ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ।


















