Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଗୁଜରାଟ ସୁରତରେ ମାଡ଼ି ଚାଲିଛି କରୋନା।

ଗୁଜରାଟ ସୁରତରେ ମାଡ଼ି ଚାଲିଛି କରୋନା।

403
ADVERTISEMENT

ବ୍ରହ୍ମପୁର,୧୯।୩(ଡି.ଏଚ ବ୍ୟୁରୋ): ଗୁଜରାଟ ସୁରତରେ ମାଡ଼ି ଚାଲିଛି କରୋନା। ଗତ ରାତ୍ରୀ ଠାରୁ କର୍ଫ୍ୟୁ ଅବଧି ବଢ଼ାଇ ଦିଆଯାଇଥିବା ଫଳରେ ଗଞ୍ଜାମବାସୀଙ୍କ ମଧ୍ୟରେ ଚିନ୍ତା । ଗତ ୨୪ ଘଣ୍ଟାରେ କେବଳ ସୁରତ ମହାନଗରରେ ୩୨୪ ଏବଂ ପାର୍ଶ୍ବବର୍ତ୍ତୀ ଇଲାକାରେ ୭୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୁରତରେ କରୋନା ‌ସଂକ୍ରମଣ ଯେତିକି ବଢୁଛି, ଓଡ଼ିଶା ପ୍ରତି ସେତିକି ବିପଦ ଘନେଇ ଆସୁଛି। ଏଭଳି ସ୍ଥିତିରେ ଓଡ଼ିଶାକୁ ଗୁଜରାଟ ଓ ସୁରତରୁ ଆସୁଥିବା ଟ୍ରେନ୍‌ ଚଳାଚଳରେ ରୋକ୍‌ ଲଗାଯିବା ଜରୁରୀ ହୋଇପଡ଼ିଛି। ସୁରତରୁ ଯଦି ପ୍ରବାସୀ ପୁଣି ଗଞ୍ଜାମ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଫେରନ୍ତି, ସ୍ଥିତି ପୁଣି ଅସମ୍ଭାଳ ହେବା ଆଶଙ୍କା ଦେଖା‌ଦେଇଛି। ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ବି କରୋନା କାୟା ବିସ୍ତାର ହେଉଛି। ମହାରାଷ୍ଟ୍ର ଓ ଗୁଜୁରାଟକୁ ନଜରରେ ରଖି ରାଜ୍ୟ ସରକାର ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ସୁରତ ଓ ମହରାଷ୍ଟ୍ରରେ ଫେରୁଥିବା ଲୋକଙ୍କ ଷ୍ଟେସନ୍‌ରେ ସ୍କ୍ରିନିଂ ସହିତ ଘରୋଇ ସଙ୍ଗରୋଧ ବାଧ୍ୟତାମୂଳକ କରାଯିବାର ଆବଶ୍ୟକତା ରହିଛି।

Advertisement