ଭୁବନେଶ୍ବର,୧୯।୩(ଡି.ଏଚ ବ୍ୟୁରୋ): ରାଜ୍ୟରେ ପୁଣି ୧୦୦ ପାର୍ ହୋଇଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରୁ ପୁଣି ୧୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ । କଟକରେ ୨୦ ଜଣ ଓ ଖୋର୍ଦ୍ଧାରୁ ୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା କାରଣରୁ ଏହି ୨ ଜିଲ୍ଲାରେ କରୋନା କାୟା ବିସ୍ତାର କରିବାର ଅଧିକ ସମ୍ଭାବନା ରହିିଛି। ନୂତନ ୧୧୦ କରୋନା ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୫୯୯ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ।


















