କୁକୁଡ଼ାଖଣ୍ଡି,୧୯/୩(ଇ.ରଞ୍ଜନ): ସ୍ଥାନୀୟ ବ୍ଲକ ସ୍ତରୀୟ ନିଯୁକ୍ତି ମେଳା କୁକୁଡ଼ାଖଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା ଏହି ନିଯୁକ୍ତି ମେଳାରେ ଓଆରଏମଏଏସ, ଗ୍ରାମ୍ୟ ତରଙ୍ଗ, ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା, ଗ୍ରାମ୍ୟ କଳ୍ପ ଚାରିଟେବୁଲ ଟ୍ରଷ୍ଟ, ସେଫ ଏକ୍ୟୁ କେକ୍, ବ୍ଳାକ ପାନ୍ଥର ସ୍କିଲ ଟେନ୍ସର, ଆରୋହଣ ଫାଉନଟେନସ ଓ ସାହି ଆଶି ଏକ୍ସପୋର୍ଟ ଆଦି ସଂସ୍ଥାର ସଂଯୋଜକମାନେ ଉପସ୍ଥିତ ରହି ବେକାରୀ ସମସ୍ୟା ଦୁରୀକରଣ ପାଇଁ ବେକାର ଯୁବକ/ଯୁବତୀ ମାନଙ୍କୁ ସଚେତନତା କରିବା ସହ ନିଯୁକ୍ତିର ଆଶା ଦେଖାଇଥିଲେ । ଏହି ଅବସରରେ ଅତିଥି ଭାବେ ସ୍ଥାନୀୟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର , ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ,କୁକୁଡ଼ାଖଣ୍ଡି ସରପଞ୍ଚ ଏ.ଚେନୋୟା ,ଜି ଆର ଏସ ବ୍ଲକ ସଂଘ ସଭାପତି ଆଦିତ୍ୟ ତ୍ରିପାଠୀ, ପିଇଓ ରମେଶ ଚନ୍ଦ୍ର ରଥ, ବିଷ୍ଣୁ ସାହୁ, ରୋହିଗାଁ ପିଇଓ ପ୍ରଶାନ୍ତ କୁମାର ବେହେରା, ଅଶୋକ କୁମାର ପଟ୍ଟନାୟକ, ଲୋଚାପଡା ସରପଞ୍ଚ ମିନତୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକ ବିପିଏମ ଦୟାନିଧି ବେହେରାଙ୍କ ପରିଚାଳନାରେ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏସଡିସି , ସମସ୍ତ ଜି.ଆର୍.ଏସ ଓ ପିଇଓ, କାର୍ଯ୍ୟକୁ ସୁଚାରି ରୁପେ ପରିଚାଳନା କରିଥିଲେ । ଏହି ନିଯୁକ୍ତି ମେଳାରେ ୧୪ ପଞ୍ଚାୟତରେ ୧୮ ରୁ ୩୫ ବର୍ଷର ବିଭିନ୍ନ ବର୍ଗର ୧୫୬ ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀମାନେ ସିଲେଇ ଟ୍ରେନିଙ୍ଗ, ହୋଟେଲ ମ୍ୟାନେଜମ୍ୟାଂଟ, କମ୍ପ୍ୟୁଟର ଓ ଲେଥ ଅପରେଟର ଏହି ସବୁ ପଦବୀ ପାଇଁ ରେଜିଷ୍ଟ୍ରେସନ କରାଯାଇଥିଲା । ସେମାନଙ୍କ ମନୋନୟନ ପରେ ମନୋନିତ ପ୍ରାର୍ଥୀମାନଙ୍କୁ ବିଭିନ୍ନ ସଂସ୍ଥାରେ ନିଯୁକ୍ତି କରାଯିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଥିବା ଜଣାପଡିଛି । ମନୋନିତ ପ୍ରାର୍ଥୀମାନଙ୍କୁ ବିଭିନ୍ନ ସଂସ୍ଥାରେ ରହିବା,ଖାଇବା ଓ ତାଲିମ ଦିଆଯିବା ବ୍ୟବସ୍ତା ସଂସ୍ଥା ତରଫରୁ ବନ୍ଧୋବସ୍ତ କୁହାଯାଇଛି ।


















