ବ୍ରହ୍ମପୁର,୧୮/୩,(ଋଷିକେଶ ବେହେରା): କୁକୁଡ଼ାଖଣ୍ଡି ନୁଆଁ ଅନ୍ତେଇ ଗ୍ରାମରେ ଘଟିବା ଫେବୃଆରି ୧ରେ ଛୋଟିଆ ପାନ ଦୋକାନରେ ଦୁଷ୍ମନ୍ତ ଚୌଧୁରୀ ରହୁଥିଲେ,ତାଙ୍କୁ ସିଗାରେଟ, ପାଣି ବାକି ମାଗିଥିଲି ଚୌଧୁରୀ ବାବୁ ବାକି ନଦେବା ପାଇଁ କହିଥିଲେ l ୧୧ଜଣ ମିଶି ଲୁହ ରଡ଼, ପଥର ଛେଚି ହତ୍ୟା କରିଥିଲେ l ଓ ପରିବାର ସମସ୍ତ ସଦସ୍ୟଙ୍କୁ ଆକ୍ରମଣ ସହିତ ୨ଟି ଛୋଟିଆ ଛୁଆ ଉପରକୁ ହାତ ଉଠେଇ ପାଇଁ ପଛେଇ ନଥିଲେ l ଏ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବାପରେ ପୋଲିସ ହତ୍ୟା ଘଟଣା ସ୍ଥଳରେ ପହଁଚି ୫ଜଣଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଥିଲେ ଗିରଫ ହୋଇନ ଥିବା ଆଉ ୬ଜଣ ହତ୍ୟା କାରୀଙ୍କୁ ଧରିବା ଲାଗି ଚୌଧୁରୀ ପରିବାର ଲୋକଙ୍କୁ ହତ୍ୟା ଧମକ ଦେଉଥିବା ନେଇ ବୁଧବାର ଦିନ ବ୍ରହ୍ମପୁର ଏସପି ପିନାକୀ ମିଶ୍ରଙ୍କ ନିକଟରେ କହିଛନ୍ତି l ପରିବାର ବର୍ଗ କହିଛନ୍ତି ଅନ୍ୟ ହତ୍ୟାକାରୀ ମନେ ଗ୍ରାମର ଆଖ ପାଖରେ ଅଞ୍ଚଳରେ ରହିବାର ଦେଖିଛନ୍ତି l ପରିବାର ଲୋକଙ୍କ ଉପରେ ଆକ୍ରମଣ କରିବାର ଭୟ ରହିଛି ବୋଲି କହିଛନ୍ତି l ଏସପି ପିନାକୀ ମିଶ୍ର ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ ସେଠିଙ୍କୁ ଫୋନ ମଧ୍ୟରେ ଯୋଗାଯୋଗ କରିବା ସହ ଉକ୍ତ ପରିବାରକୁ ନଜରରେ ରଖିବାକୁ କହିଛନ୍ତି l ମୃତ ପରିବାର ପତ୍ନୀ ଜୟନ୍ତୀ ଚୌଧୁରୀ,ଶକୁନ୍ତଳା ଚୌଧୁରୀ, ବିକ୍ରମ ଚୌଧୁରୀ ସ୍ବଦାମିନୀ ଚୌଧୁରୀ, ମିହିର ଚୌଧୁରୀ ଏସପିଙ୍କୁ ଭେଟିଥିଲେ l


















