ଭୁବନେଶ୍ୱର, ୭/୮, ଏଜେନସି : ବିଶାଖାପାଟଣା-କୋରାପୁଟ ଡିଏମୟୁ ଟ୍ରେନ ଆଜି ଅଳ୍ପକେ ବଡ଼ ଧରଣର ଦୁର୍ଘଟଣାରୁ ବର୍ତି ଯାଇଛି । ଏହି ଟ୍ରେନଟି କୋରାପୁଟ ଆସୁଥିବା ସମୟରେ ଡୁମୁରୀପୁଟ ଷ୍ଟେସନ ନିକଟରେ ଗୋଟିଏ ବଡ଼ ପଥର ଟ୍ରାକ ଉପରେ ପଡ଼ି ଯାଇଥିଲା । ପଥର ଟ୍ରେନରେ ମାଡ ହେବା ଫଳରେ ଟ୍ରେନ କିଛି ସମୟ ଅଟକି ରହିଥିଲା । ପଥର ହଟାଯିବା ପରେ ଟ୍ରେନଟି ପୁଣି ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲା ।