Friday, November 6, 2026
ADVERTISEMENT
Home ଆଞ୍ଚଳିକ ବନ୍ଥପଲ୍ଲୀ ଆକ୍ରମଣ ଘଟଣାରେ ୫ଗିରଫ

ବନ୍ଥପଲ୍ଲୀ ଆକ୍ରମଣ ଘଟଣାରେ ୫ଗିରଫ

392
ADVERTISEMENT

ବ୍ରହ୍ମପୁର,୧୮/୩,(ଇ.ରଞ୍ଜନ): କୁକୁଡାଖଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଦୂରାଅଞ୍ଚଳ ବନ୍ଥପଲ୍ଲୀ ଗ୍ରାମରେ ୧୪ତାରିଖ ସକାଳେ ଜଣେ ଯୁବକଙ୍କୁ ଉକ୍ତ ଗ୍ରାମର ସାପୁଆ ନାଳ ଠାରେ ହୋଇଥିବା ଆକ୍ରମଣ ମାମଲାରେ ପୋଲିସ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଭାତ ରାଉତରାୟ । ଏହି ଘଟଣା ନେଇ ୧୫ ତାରିଖରେ ଆହାତ ପଞୁ ସ୍ବାଇଁଙ୍କ ସ୍ତ୍ରୀ ଅଭିଯୋଗ କରିବା ପରେ ପୋଲିସ ଆଜି ସଂପୃକ୍ତ ୫ଜଣଙ୍କୁ ଗିରଫ କରିଛି । ଅକ୍ଟୋବର ମାସରେ ହୋଇଥିବା ବଚ୍ଚନ ସ୍ବାଇଁଙ୍କ ହତ୍ୟା ସହ ଜଡିତ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ପଞ୍ଚୁ ଭୁୟାଁଙ୍କୁ ମାରାତ୍ମକ ଭାବେ ଏକ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଥିଲା । ଘଟଣା ଦିନ ଅଭିଯୁକ୍ତ ବ୍ୟକ୍ତିମାନେ ଜୟସେନ ସ୍ବାଇଁ , ମିଥୁନ ସ୍ବାଇଁ, ହେମନ୍ତ ସ୍ବାଇଁ, କୃଷ୍ଣ ସ୍ବାଇଁ । ଅନ୍ୟ ୬ ଜଣ ବ୍ୟକ୍ତି ମିଳିତ ଭାବରେ ପଞ୍ଚୁ ଭୁୟାଁଙ୍କୁ ଖଣ୍ଡାରେ ୧୪ ତାରିଖ ପୂର୍ବାହ୍ନରେ ସାପୁଆ ନାଳ ନିକଟରେ ପଞ୍ଚୁ ସ୍ନାନ କରି ଫେରୁଥିବା ବେଳେ ଆକ୍ରମଣ ହୋଇଥିଲା। ବୁଧବାର ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ଆଜି ସେମାନଙ୍କୁ କୋର୍ଟକୁ ପଠାଯାଇଛି । ରକ୍ତ ଦାଗ ଥିବା ଖଣ୍ଡା ଜବତ କରାଯାଇଛି। ଏହି ଅପରାଧରେ ଜଡିତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଖୋଜା ଚାଲିଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।ପୂର୍ବ ରୁ ବଚନ ସ୍ବାଇଁ ହତ୍ୟା ମାମାଲାରେ ପଞ୍ଚୁଙ୍କ ଦୁଇଭାଇ ଗିରଫ ହୋଇଜେଲରେ ଅଛନ୍ତି । ବଚନ ସ୍ବାଇଁ ହତ୍ୟାକାଣ୍ଡରେ ଜଡିତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିବାକୁ ପୂର୍ବରୁ ବଚନଙ୍କ ମା ଓ ଭାଇ ବ୍ରହ୍ମପୁର ଏସପିଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ।ଦୀର୍ଘ ୯ବର୍ଷ ହେଲା ବନ୍ଥପଲ୍ଲୀ ଗ୍ରାମରେ ଦୁଇ ଗୋଷ୍ଟୀଙ୍କ ମଧ୍ୟରେ ଛକାପଞା ଲାଗିରହିଛି ।

Advertisement