Thursday, November 5, 2026
ADVERTISEMENT
Home ଆଞ୍ଚଳିକ କୋଦଳା ଲଛିପୁରରେ ଟୁଟୁକୁ ସଙ୍ଘବଦ୍ଧ ଭାବରେ ବିଭତ୍ସ ହତ୍ୟାକାଣ୍ଡ

କୋଦଳା ଲଛିପୁରରେ ଟୁଟୁକୁ ସଙ୍ଘବଦ୍ଧ ଭାବରେ ବିଭତ୍ସ ହତ୍ୟାକାଣ୍ଡ

497
ADVERTISEMENT

କୋଦଳା,୧୭/୩,(ସୂର୍ଯ୍ୟନାରାୟଣବଡୁ): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କାଲିମେଘି ପଞ୍ଚାୟତର ନିତ୍ୟାନନ୍ଦପୁର କଲୋନୀ ଗ୍ରାମର ଟୁଟୁ ନାୟକଙ୍କୁ ଆଜି ସକାଳ ୧୦ ଘଣ୍ଟ ସମୟରେ ୮ ରୁ ୧୦ ଜଣ ଯୁବକ ମିଶି ସଙ୍ଘବଦ୍ଧ ଭାବରେ ବିଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି । କିନ୍ତୁ କାରଣ ଅଶ୍ୱଷ୍ଟ ରହିଛି l ମୃତକଙ୍କ ପରିବାର ସଦସ୍ୟଙ୍କ କହିବା ପ୍ରକାରେ ସୋମବାର ରାତି ୯ଘଣ୍ଟ ସମୟରେ ଟୁଟୁ ନାୟକଙ୍କ ଘରକୁ ସାନଉସ୍ତାପଡ଼ା ପଂଚାୟତ ଲଛିପୁର ଗ୍ରାମର ୮ ରୁ ୧୦ ଜଣ ଯୁବକ ପଶି ଆମ ଜିନିଷ କେଉଁଠି ରଖିଛୁ କହ ବୋଲି କହିବା ସହିତ ଟୁଟୁ ସମେତ ତାର ସ୍ତ୍ରୀ ରାଜଶ୍ରୀ ନାୟକଙ୍କୁ ମାଡ଼ ମାରି ଆସିଥିଲେ । ମଙ୍ଗଳବାର ଟୁଟୁକୁ ତାର ସ୍ତ୍ରୀ ସମେତ ଭଉଣୀ ଓ ପିଉସୀ ମିଶି କୋଦଳା ମେଡିକାଲକୁ ଚିକତ୍ସା ନିମନ୍ତେ ଯାଉଥିବା ସମୟରେ ଟୁଟୁକୁ କିଛି ଲୋକ ଜୋର ଜବରଦସ୍ତ ନେଇଯାଇଥିଲେ । କିଛି ସମୟ ପରେ ଟୁଟୁର ସ୍ତ୍ରୀ ସ୍ୱାମୀଙ୍କ ମୋବାଇଲକୁ ଫୋନ କରିବା ବେଳେ କେହିଜଣେ ତୋର ସ୍ୱାମୀ ମରିପଡିଛି ତାକୁ ନେ ବୋଲି କହିଥିଲେ । ପରିବାର ସଦସ୍ୟ ଇତସ୍ତତଃ ହୋଇ ଖୋଜି ଖୋଜି ଘରେ ପହଞ୍ଚିବା ପରେ ସ୍ୱାମୀର ମୃତଦେହ ପଡ଼ିଥିବା ଦେଖିଥିଲେ ଓ କୋଦଳା ଥାନାରେ ଜଣାଇଥିଲେ । ଖବର ପାଇ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ନେତୃତ୍ୱରେ ଶବଇନିସ୍ପେକ୍ଟର ଅନିଲ ସାହୁ, ଆରତୀ ପରିଡାଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ସେଠାରେ ପହଞ୍ଚି ସେଠାରୁ ଟୁଟୁକୁ ନିଜ ଗାଡିରେ କୋଦଳା ମେଡିକାଲ ଆଣିଥିଲେ । କିନ୍ତୁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ମଙ୍ଗଳବାର ସକାଳୁ ସମସ୍ତେ ମିଶି ଟୁଟୁଙ୍କୁ ହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ତେବେ କେଉଁ କାରଣ ଅଵା କେଉଁ ଶତ୍ରୁତାକୁ ନେଇ ଏତେ ବଡ଼ କାଣ୍ଡ ଘଟିଲା ବୋଲି ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ କୋଦଳା ଥାନା ଆଇଆଇସିଙ୍କ ସମେତ ଅନ୍ୟ ଅଧିକାରୀ ମାନେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ରିପୋର୍ଟ ଲେଖା ହେବା ସୁଦ୍ଧା କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ ଦେହ ପଡିରହିଛି । ମୃତ ଟୁଟୁ ନାୟକର ତିନୋଟି ଝିଅ ଥିବାବେଳେ ଗୋଟିଏ ପୁଅ ରହିଛି । ବର୍ତ୍ତମାନ ସୁଦ୍ଧା ଏତଲା ହୋଇ ନ ଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି l

Advertisement