ବ୍ରହ୍ମପୁର,୧୬/୩,(ଋଷିକେଶ ବେହେରା ) : ଏମକେସିଜି ସିକ୍ୟୁରିଟି କର୍ମଚାରୀଙ୍କ ଜରୁରୀକାଳୀନ ବୈଠକ ଏମକେସିଜି ମେଡିକାଲ କଲେଜରେ ଏଜେନ୍ସି ବଦଳିଲେ ମଧ୍ୟ ଆଉଟଷୋର୍ସିଂ କର୍ମଚାରୀଙ୍କ ସୁଧୁରୁନି ସମସ୍ୟା କର୍ମଚାରୀଙ୍କ ଭିତରେ ତେଜୁଛି ଅସନ୍ତୋଷ, କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ହେଉଛନ୍ତି ସଜବାଜ ନୂତନ ସର୍ଭିସ ପ୍ରୋଭାଇଡ ସଂସ୍ଥା L&K ସର୍ଭିସେସ ଓ ଅଭିରାମ କେୟାରଟେକର ମାଧ୍ୟମରେରେ ଏମକେସିଜିରେ କାର୍ଯ୍ୟରତ ସିକ୍ୟୁରିଟି କର୍ମଚାରୀ ଓ ଆଟେଣ୍ଡାଣ୍ଟ ମାନେ କାର୍ଯ୍ୟରତ ହୋଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପୁରାତନ ଏଜେନ୍ସି ଠାରୁ ପାଇବାକୁ ଥିବା ବକେୟା ରାଶିର ସମାଧାନ ଏ ପର୍ଯ୍ୟନ୍ତ ହେଇପାରୁନାହିଁ I ତାହା ସହିତ ସଠିକ ଭାବେ ପ୍ରତ୍ୟେକ ମାସରେ ସଠିକ ଭାବେ ଦରମା ମଧ୍ୟ ମିଳିପାରୁନାହିଁ, ଯେଉଁଥିରେ ମେଡିକାଲ ପ୍ରଶାସନର ଅବହେଳା ହିଁ ମୁଖ୍ୟ କାରଣ ଓ ବିଭାଗୀୟ ଅପାରଗତାରେ ଆର୍ଥିକ ଅନୁଦାନ ଅଭାବ ହିଁ ମୁଖ୍ୟ କାରଣ ବୋଲି ଜଣା ପଡିଛି I ଏହାକୁ ନେଇ କାର୍ଯ୍ୟରତ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି I

ଏହି ଭିତ୍ତି ରେ ଆଜି ମେଡିକାଲ ରେ କାର୍ଯ୍ୟରତ ସିକ୍ୟୁରିଟି କର୍ମଚାରୀ ସଂଘର ଏକ ଜରୁରୀକାଳୀନ ବୈଠକ ମେଡିକାଲସ୍ଥିତ ହନୁମାନ ମନ୍ଦିର ପରିସରରେ ସଂଘର ସଭାପତି ନରେନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି I କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଆଲୋଚନା କରାଯାଇଥିବା ବେଳେ ଆଗକୁ ଏହି ଦାବୀ ଗୁଡିକୁ ନେଇ ପ୍ରଶାସନକୁ ଜଣାଇବାକୁ ନିଷ୍ପତି ନିଆଯାଇଥିଲା I ଓ ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନରେ କାର୍ଯ୍ୟବନ୍ଦ ଆନ୍ଦୋଳନ କୁ ଓଲ୍ହାଇବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଥିଲା I ଦାବୀସମୂହ
1.ଯୋଗ୍ୟତା ଥାଇ ମଧ୍ୟ ଛଟେଇ ହୋଇଥିବା ସିକ୍ୟୁରିଟି କର୍ମଚାରୀ ମାନଙ୍କୁ ନୂତନ ଏଜେନ୍ସି ଦ୍ୱାରା ତୁରନ୍ତ ନିଯୁକ୍ତି ଦିଆଯାଉ I
2.ଗଞ୍ଜାମ ସିକ୍ୟୁରିଟି ଦ୍ୱାରା ବକେୟା ଥିବା 26 ମାସର ବର୍ଦ୍ଧିତ ଦରମା ତୁରନ୍ତ ପ୍ରଦାନ I
3.ବକେୟା ଇପିଏଫ ଓ ଇଏସଆଇର ସଠିକ ପରିମାଣ ପୈଠ I
4.ପ୍ରତ୍ୟେକ ମାସରେ କର୍ମଚାରୀ ମାନଙ୍କୁ 4 ଦିନ ସବୈତନିକ ଛୁଟି I
5.ମାସର ପ୍ରଥମ ସପ୍ତାହ ସୁଦ୍ଧା ଦରମା ପ୍ରଦାନ I
6.ମହିଳା କର୍ମଚାରୀ ମାନଙ୍କ ପାଇଁ ମାତୃତ୍ୱ କାଳୀନ ଛୁଟି ପ୍ରଦାନ I
ଉପରୋକ୍ତ ଦାବୀ କୁ ନେଇ ପ୍ରଶାସନଙ୍କ ଦୃଷ୍ଟିକୁ ଅଣାଯିବ ଏହାର ତୁରନ୍ତ ସମାଧାନ ନ ହେଲେ ଏହି ଅହେତୁକ ବିଳମ୍ବ ବିରୁଦ୍ଧରେ ସିକ୍ୟୁରିଟି କର୍ମଚାରୀ ସଂଘ କାର୍ଯ୍ୟବନ୍ଦ ଧାରଣାକୁ ଓଲ୍ହାଇବ ବୋଲି ସଂଘରେ ସ୍ଥିର ହୋଇଥିଲା I
ଆଜିର ବୈଠକରେ ଓଡିଶା ଆଉଟଷୋର୍ସିଂ ମେଡିକାଲ କର୍ମଚାରୀ ସଂଘର ରାଜ୍ୟ ଆବାହକ ପ୍ରତାପ ପ୍ରଧାନ ଯୋଗଦେଇ କର୍ମଚାରୀଙ୍କ ଦାବୀ ପ୍ରତି ପ୍ରଶାସନର ଏଭଳି ଅବହେଳାକୁ ନିନ୍ଦା କରିବା ସହ ଆନ୍ଦୋଳନାତ୍ମକ ଉପାୟରେ ଏହାର ପ୍ରତିବାଦ ସହ ସମାଧାନ ସମ୍ଭବ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା I ଅନ୍ୟ ମାନଙ୍କ ମଧ୍ୟରେ ସଂଘ ସମ୍ପାଦକ ପ୍ରଦୀପ କୁମାର ନାୟକ, ରୂପକ କୁମାର ପାଣିଗ୍ରାହୀ, ଗଣେଶ ଚନ୍ଦ୍ର ଜେନା.
ସିଲୁ ସାମଲ ଅଜିତ ମହାଙ୍କୁଡ ସମୀର ମହାଙ୍କୁଡ, ମଲିକା ରାୟ, ଭୈରବୀ ଜେନା, କୈଳାସ ସେଠି, ମେଡିକାଲ ଆଟେଣ୍ଡାଣ୍ଟ କର୍ମଚାରୀ ସଂଘ ନେତ୍ରୀ ରାଜଲକ୍ଷ୍ମୀ ସାହୁ, ଶିବରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ I
ଏମକେସିଜି ସିକ୍ୟୁରିଟି କର୍ମଚାରୀ ସଂଘ, ବ୍ରହ୍ମପୁର ନରେନ୍ଦ୍ର କୁମାର ଜେନା (ସଭାପତି)


















