Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଜଗଦଳପୁର ଛତୁ ଫେକ୍ଟରୀରେ ଉପ-ଜିଲ୍ଲାପାଳଙ୍କ ଚଢ଼ାଉ !

ଜଗଦଳପୁର ଛତୁ ଫେକ୍ଟରୀରେ ଉପ-ଜିଲ୍ଲାପାଳଙ୍କ ଚଢ଼ାଉ !

433
ADVERTISEMENT

କୁକୁଡାଖଣ୍ଡି,୧୬/୩,(ଇ.ରଞ୍ଜନ) : ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି କୁକୁଡାଖଣ୍ଡି ବ୍ଲକରେ ସକ୍ରିୟ ହେଇଛନ୍ତି ନକଲି ଘୁଟଖା ବେପାରୀ I ଆଜି କୌଣସି ସୂତ୍ରରୁ ଖବର ପାଇଁ ବ୍ରହ୍ମପୁର ଉପ-ଜିଲ୍ଲାପାଳ କୀର୍ତି ଭାଷନ ଜଗଦଳପୁର ଗ୍ରାମ ଠାରୁ କିଛି ଦୂରରେ ଥିବା କେଶବନ୍ଦ ଠାରେ ତ୍ରିନାଥ ପାତ୍ରଙ୍କ ପ୍ରାୟ ଏକର ଜମିରେ ଛତୁ ଫାର୍ମ ଉପରେ ଚଢ଼ାଉ କରି ସେଠାରେ ନକଲି ନାମିଦାମୀ କମ୍ପାନୀର ପୁଡିଆ ବିମଲ, ଏ ୱାନ ନାମରେ ଚାଲୁଥିବା ନକଲି ଦ୍ରବ୍ୟର ଝରି ଏବଂ ମେସିନ ସହ ୨000 ପକେଟରୁ ଅଧିକ ପରିମାଣର ନକଲି ଘୁଟଖା ପକେଟ ଜବତ କରିଥିବା ସୂଚନା ମିଳିଚି I ଚଢ଼ାଉ ସମୟରେ ଉକ୍ତ ଫାର୍ମର ଏକ କୋଠରୀରେ ତାଲା ପଡ଼ିଥିବା ବେଳେ କବାଟ ଭାଙ୍ଗି ସ୍ଥାନୀୟ ରାଜସ୍ବ ନିରୀକ୍ଷକ କର୍ମଚାରୀଙ୍କ ସହ ଉପ-ଜିଲ୍ଲାପାଳ ସେ କୋଠରୀ ମଧ୍ୟରେ ପ୍ରବେଶ କରିଥିଲେ I ଏବଂ ପରବର୍ତ୍ତୀ ସମୟରେ ନକଲି ପ୍ରସ୍ତୁତ କାରି ସାମଗ୍ରୀ ସହ ଯନ୍ତ୍ରପାତି ଜବତ କରିଥିବା ବେଳେ ଦୀର୍ଘ ସମୟ ଧରି ପୋଲିସକୁ ଉପ-ଜିଲ୍ଲାପାଳ ଆପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା ପୁଡିଆ ମେସିନ ଉକ୍ତ ଘରରୁ ବାହାର କରିବା ସମୟରେ ଜଗଦଳପୁର ଅମିନ ପ୍ରହଲ୍ଲାଦ ପ୍ରଧାନ ଏବଂ ଗ୍ରାମର ଓଟ ଡ୍ରାଇଭର ମିଟୁ ପ୍ରଧାନ ଆହାତ ହୋଇଥିଲେ I ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ପହଂଚି ପ୍ରହଲ୍ଲାଦଙ୍କ ଗଡ଼ରେ ଅତ୍ୟଧିକ ଆଘାତ ଲାଗିଥିବାରୁ ତାଙ୍କୁ ଚିକିତ୍ସାରେ ଆସି ଉପ ଯୁକ୍ତ ଚିକିତ୍ସା ପାଇଁ ଅମିନଙ୍କୁ ମେଡିକାଲ ନେଇଥିଲେ ଏବଂ କାରଖାନା ଯାଇ ପହଂଚିଥିଲେ ଏହି ନକଲି କାରବାର ସହ ଲୋଚାପଡ଼ା ଓ ଜି. ଜଗନ୍ନାଥପୁର ଅଞ୍ଚଳର କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସୂଚନା ମିଳୁଚି I ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି କୁକୁଡାଖଣ୍ଡି ଅଞ୍ଚଳରେ ନକଲି ବେପାରୀ ସକ୍ରିୟ ହୋଇ ଉଠିଚନ୍ତି I ସଦରଥାନା ଓ ନିମଖଣ୍ଡି ଫାଣ୍ଡି ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହି କାରବାର ଚାଲୁଥିବା ବେଳେ ପୋଲିସ କିପରି ଖବର ପାଇପାରିନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ?

Advertisement