Friday, November 6, 2026
ADVERTISEMENT
Home ଆଞ୍ଚଳିକ ପୁରୁଷୋତ୍ତମପୁର ପୋଲିସକୁ ସଫଳତା : ଦୀର୍ଘ ୧୮ବର୍ଷପରେ ହତ୍ୟା ଅଭିଯୁକ୍ତ ଗିରଫ

ପୁରୁଷୋତ୍ତମପୁର ପୋଲିସକୁ ସଫଳତା : ଦୀର୍ଘ ୧୮ବର୍ଷପରେ ହତ୍ୟା ଅଭିଯୁକ୍ତ ଗିରଫ

360
ADVERTISEMENT

ବ୍ରହ୍ମପୁର,୧୬/୩,(ସୁଦାମ ମହାରଣା) :ଦୀର୍ଘ ୧୮ବର୍ଷ ଫେରାର ଥିବା ହତ୍ୟା ଅଭିଯୁକ୍ତ ଛଇଳ ନାହା କୁ ପୁରୁଷୋତ୍ତମପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ,୨୦.୪.୨୦୦୨ରେ ଜମି କିଣା କୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶାଗୁଣାପଲ୍ଲି ଗ୍ରାମର କନ୍ଧ ନାହାକ, ଭାସ୍କର ନାହାକ, ଯୁଧିଷ୍ଠିର ନାହାକ, ଛଇଳ
ନାହାକ ମିଶି ଶଙ୍କର ନାହାକଙ୍କୁ ହତ୍ୟା କରିଥିଲେ । ଶଙ୍କରଙ୍କ ସ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ପୁଲିସ ମାମଲା ରୁଜ୍ଜୁ କରି ତଦନ୍ତ କରିଥିଲା । ଘଟଣାରେ ସଂପୃକ୍ତ ଥିବା କନ୍ଧ, ଭାସ୍କର, ଯୁଧିଷ୍ଠିର ଙ୍କୁ ପୂର୍ବରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିନ୍ତୁ ଘଟଣା ଦିନ ଠାରୁ ଛଇଳ ଫେରାର ରହିଥିଲା । ଛଇଳ ଦୀର୍ଘ ଦିନ ବାହାରେ ରହିବା ପରେ ବ୍ରହ୍ମପୁର ସହର ଆଙ୍କୁଲି ରେ ଲୁହା ଢଳେଇ କାମ କରୁଥିଲା । ସ୍ଥାନୀୟ ପୁଲିସ ଖବର ପାଇ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ମନୋରଞ୍ଜନ ଦାଶ,ହେମନ୍ତ ସାହୁ ପ୍ରମୁଖ ଚଢ଼ାଉ କରି ଛଇଳକୁ ଗିରଫ କରିଥିଲେ ।

Advertisement