Thursday, September 24, 2026
ADVERTISEMENT
Home ରାଜ୍ୟ ସମ୍ବଲପୁରରେ କମେଣ୍ଟମରାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ

ସମ୍ବଲପୁରରେ କମେଣ୍ଟମରାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ

589
ADVERTISEMENT

ସମ୍ବଲପୁର,୧୬/୩,(ଡ଼ି.ଏଚ/ବ୍ୟୁରୋ): କମେଣ୍ଟମରାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ। ସମ୍ବଲପୁରସ୍ଥିତ କ୍ଷେତରାଜପୁର ଥାନା ଅନ୍ତର୍ଗତ କ୍ରିଷ୍ଣାନଗର ପେଟ୍ରୋଲ ପମ୍ପ ନିକଟରେ କମେଣ୍ଟମରାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ହୋଇଛି। ସାମାଜିକ ଗଣମାଧ୍ୟମରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି। କମେଣ୍ଟ ମାରିଥିବା ଯୁବକର ଭାଇ ଓ ଝିଅର ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଆପୋଷ ସମାଧାନ ପାଇଁ ପେଟ୍ରୋଲ ପମ୍ପ ନିକଟରେ କଥା ହେଉଥିବା ସମୟରେ ଗୋଟିଏ ଗୋଷ୍ଠୀର ଜଣେ ଯୁବକ ଉତ୍ୟକ୍ତ ହୋଇ ଏକ ବାଡ଼ିରେ ଅନ୍ୟ ଏକ ଗୋଷ୍ଠୀର ଯୁବକକୁ ଗୋଡ଼ାଇ ଗୋଡ଼ାଇ ମାରୁଥିବାର ଜଣାପଡ଼ିଛି। ଜଣେ ନାବାଳିକାଙ୍କୁ ଜଣେ ଯୁବକ କମେଣ୍ଟ ମାରିବା ଯୋଗୁଁ ଏଭଳି ଘଟଣା ଘଟିଥିବାର ଜଣାପଡ଼ିଛି। ଭାଇରାଲ ଭିଡିଓଟିକୁ ନେଇ ସହରରେ ଚର୍ଚ୍ଚା ହେଉଛି। ହେଲେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ପୁଲିସ କହିଛି।

Advertisement