Monday, September 28, 2026
ADVERTISEMENT
Home ଆଞ୍ଚଳିକ କଳାକୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷିଅଧିକାର ଯାତ୍ରାକୁ କାଶୀନଗର ଠାରେ ଭବ୍ୟ ସମ୍ବର୍ଦ୍ଧନା ଓ ସଭା

କଳାକୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷିଅଧିକାର ଯାତ୍ରାକୁ କାଶୀନଗର ଠାରେ ଭବ୍ୟ ସମ୍ବର୍ଦ୍ଧନା ଓ ସଭା

541
ADVERTISEMENT

ପାରଳାଖେମୁଣ୍ଡି,୧୪/୩,(ପ୍ରଭାତ କୁମାର ପାତ୍ର ) : ଆଜି କାଶୀନଗର ଷ୍ଟେଟବ୍ୟାଙ୍କ ଛକ ଠାରେ କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ୧୨ ତାରିଖ ଦିନ ଭୁବନେଶ୍ୱର ଠାରୁ କୃଷକ ମୋର୍ଚ୍ଚାର ପ୍ରଖର ଅଭିଯାନ ଯାତ୍ରୀ ମାନଙ୍କୁ ଆଦିବାସୀ ଅଧିକାର ମଞ୍ଚ , ଅଖିଳ ଭାରତ କୃଷକ କ୍ଷେତମଜଦୁର ସଭା ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ ତରଫରୁ କାଶୀନଗର ଠାରେ ଭବ୍ୟ ସମ୍ବର୍ଦ୍ଧନା ଦେବାସହ ଆଦିବାସୀ କୃଷକ ନେତା କାର୍ତ୍ତିକ ସବରଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ କୃଷକ ସଭା ରାଜ୍ୟ ସଂପାଦକ ସୁରେଶ ପାଣିଗ୍ରାହୀ, ଅଖିଳ ଭାରତ କୃଷକ କ୍ଷେତମଜଦୁର କେନ୍ଦ୍ରୀୟ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ପଶ୍ଚିମ ଓଡିଶାର କୃଷକ ନେତା ଲିଙ୍ଗରାଜ, DYFI ର ରାଜ୍ୟ ସଂପାଦକ ଯତିନ ମହାନ୍ତି ବକ୍ତବ୍ୟ ପ୍ରଦାନ କରି କେନ୍ଦ୍ରର ମୋଦିସରକାରଙ୍କ ଚାଷ ଓ ଚାଷୀ ବିରୋଧ କାଳ ଆଇନକୁ ପ୍ରତ୍ୟାହାର କରିବାପାଇଁ ଦାବି କରିଥିଲେ l କର୍ପୋରେଟର ଫାମି ବନ୍ଦ କରିବା, ସରକାରୀ ମଣ୍ଡି ଖୋଲିବା MSP ଲାଗୁ ପାଇଁ ଦାବି କରିଥିଲେ ଏବଂ ଏହି ଅଭିଯାତ୍ରିଗଣ ରାଜ୍ୟର ୨0ଟି ଜିଲ୍ଲା ପରିକ୍ରମା କରିଆସନ୍ତା ୨୩ମାର୍ଚ୍ଚରେ ଭଗତସିଂହଙ୍କ ସହିଦ ଦିବସରେ ବିଧାନସଭା ଘେରାଉ କରିବା ପାଇଁ ଘୋଷଣା କାରିଥିଲେ l ଏହି କାର୍ଯ୍ୟକ୍ରମରେ କୃଷକ ନେତା କେଦାର ଶବର, ସୁକୁ ଶବର, ନାଗେଶ୍ୱର ଶବର, k.ମିନା ରାଓ, କଡୁକା ଶବର, କ୍ରିଷ୍ଣା ଶବର, ଚୈତନ୍ୟ ଶବର, ଯୋଗଦେବା ସହ ଅଭିଯାତ୍ରୀ ଦଳରେ AIKS ରାଜ୍ୟ ସଭାପତି ରାମଚନ୍ଦ୍ର, ଓଡିଶା କୃଷକ ସଭାର ରାଜ୍ୟ ସଭାପତି ଯମେଶ୍ୱର ସାମନ୍ତରାୟ , ଅଭିରାମ ବେହେରା, ନରେନ୍ଦ୍ର ମହାନ୍ତି ରଇତ କୁଲି ସଙ୍ଘର ସଭାପତି R.ଲୋକନାଥ ପ୍ରମୁଖ ଯୋଗ ଦେଇଥିଲେ l

Advertisement