ବ୍ରହ୍ମପୁର,୧୪/୩,(ଡ଼ି.ଏଚ/ବ୍ୟୁରୋ): ପୁରୁଣା ଅପରାଧୀ ମାନଙ୍କୁ ଚି଼ହ୍ନଟ ଏବଂ ଘଟୁଥିବା ଅପରାଧ କାର୍ଯ୍ୟରେ ଲିପ୍ତ ଥିବା ଅପରାଧୀଙ୍କୁ ଧରିବା ନେଇ ସମୀକ୍ଷା ବୈଠକ ପୋଲିସ ଅଧିକାରୀ ମାନଙ୍କୁ ଚେତାଇ ଲେ ବ୍ରହ୍ମପୁର ଏସପି l ବ୍ରହ୍ମପୁର ପୋଲିସ୍ ଜିଲ୍ଲା କାର୍ଯ୍ୟଳୟରେ ଏକ ବ୍ରହ୍ମପୁର ଏସପି ସମସ୍ତ ଥାନା ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକ ବ୍ରହ୍ମପୁର ଜିଲ୍ଲାର ଅପରାଧୀ ମାନଙ୍କୁ ଚି଼ହ୍ନଟ କରି କାର୍ଯ୍ୟଶୈଳୀ କୁ କାର୍ଯ୍ୟାନୁଷ୍ଠାନ ନେବାପାଇଁ ବ୍ରହ୍ମପୁର ପୋଲିସ ଜିଲ୍ଲାର ସମସ୍ତ ଥାନାଅଧିକାରୀ ମାନଙ୍କୁ ସୂଚନା ନିକଟବର୍ତ୍ତୀ ଅଞ୍ଚଳର ଯେଉଁ ଅପରାଧୀ ଘୁରିବୁଲୁଛନ୍ତି ସେମାନଙ୍କ ଉପରେ ନଜର ରଖିବା ସହ ଅଭିଯୋଗ ଆସିଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସମସ୍ତ ଥାନାଧିକାରିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସଥାନାର ଯେଉଁ ସର୍କିଲ ରହିଛି ସେହି ଇଲାକାରେ କଡାକଡି ପାଟ୍ରୋଲିଂ କରାଯାଇ ଚୋର ଡକାୟତ ପୁରୁଣା କେସରେ ହତ୍ୟାକାରୀ ତାଲିକାରେ ଅପରାଧ ମାନଙ୍କୁ ରାତ୍ରକାଳୀନ ଏଡ଼ାଇବା ଏବଂ ତୁରନ୍ତ ସେମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୂଚାଇ ଦିଆଯାଇଥିଲା। ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ କୈଣସି ସ୍ଥାନରେ ଅପରାଧ ଘଟିଲେ ଜନସାଧାରଣ ସଙ୍ଗେ ସଙ୍ଗେ ପୋଲିସର ସହାୟତା ନେବା ପାଇଁ ଅବଗତ କରାଇଛନ୍ତି । କୌଣସି ପୂର୍ବରୁ ଅଟକି ରହିଥିବା କେସ୍ ଶୀଘ୍ର ସମାଧାନ କରିବା ବିଚାରାଧୀନ ଅପରାଧୀଙ୍କୁ ଗିରଫ କରିବାକୁ ଏସପି ପିନାକୀ ମିଶ୍ର ଥାନା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସ୍ୱଳ୍ପ ଦିନତଳେ ସଦରଥାନା ଅନ୍ତର୍ଗତ ଝାଡ଼ଙ୍କୁଲି ଗ୍ରାମରେ ବାପପୁଅଙ୍କୁ ହତ୍ୟାଉଦ୍ୟମ କରିଥିଲେ ବାପ ହତ୍ୟାରେ ଶିକାର ହେଲେ ପୁଅ ଗୁରୁତର ଅବସ୍ଥାରେ ମେଡିକାଲ ଏବଂ ସେହିପରି ଡେଙ୍ଗାପଦର ସମ୍ପତ୍ତି ପାଇଁ ଦେଢ଼ଶୂର ଆକ୍ରମଣରେ ଭାଇବୋହୁ ମୁର୍ତ୍ୟୁ ଭଳି ଘଟଣା ଦିନକୁ ଦିନ ବୃଦ୍ଧିପାଉଛି ସହରର ଫାଷ୍ଟ ଗେଟ୍ ନିକଟସ୍ଥ ଲକ୍ଷ୍ମୀ ନୃସିଂହ ସାହି ଠାରେ ବୋମା ମାଡ଼ ଏବଂ ବିଭିନ୍ନ ବାଇକ୍ ସୋ ରୁମ୍ ରୁ ଟଙ୍କା ଚୋରି । ଏହି କିଛି ଦିନର ବ୍ୟବଦାନରେ ପୁଲିସ୍ କୁ ଚ୍ୟାଲେଞ୍ଜ ଦେଇ କିଛି ଯୁବ ଅପରାଧୀ ପରେ ଅପରାଧୀ କରିଚାଲିଛନ୍ତି। ତେବେ ଏହି ଅଞ୍ଚଳରେ ଦିନକୁ ଏଭଳି ଅପରାଧୀକ କାର୍ଯ୍ୟକଳାପ ବୃଦ୍ଧିକୁ କିପରି ଲୋପ କରି ସୁସ୍ଥ ସମାଜ ଗଠନ କରି ଲୋକଙ୍କୁ ସେବା ଯୋଗାଇ ଦେବା ପୋଲିସର ମୂଳଲକ୍ଷ ଭାବି କାର୍ଯ୍ୟ କରିବା ପାଇଁ ନିର୍ଦେଶ ଦେଲେ ।


















