Friday, September 25, 2026
ADVERTISEMENT
Home ଆଞ୍ଚଳିକ କୋଭିଡ୍ କଟକଣାରେ ମହାଶିବରାତ୍ରୀ ପାଳିତ

କୋଭିଡ୍ କଟକଣାରେ ମହାଶିବରାତ୍ରୀ ପାଳିତ

467
ADVERTISEMENT

ପାରଳାଖେମୁଣ୍ଡି,୧୩/୩,(ପ୍ରଭାତ କୁମାର ପାତ୍ର) : କୋଭିଡ୍ କଟକଣାରେ ପାରଳା ସହରରେ ମହାଶିବରାତ୍ରୀ ପାଳିତ ହୋଇଯାଇଛି । ଶୈବପୀଠ ଗୁଡିକରେ ଭକ୍ତ ବା ଶ୍ରଦ୍ଧାଳୁମାନେ ସାମାଜିକ ଦୂରତା, ମାସ୍କ ପରିଧାନ ଆଦି ନିୟମକୁ ମାନି ଚଳି ଶୈବପୀଠକୁ ପ୍ରବେଶ କରିଥିବାର ଦେଖିବାକୁ ମିଳିଥିଲା । ପାରଳାଖେମୁଣ୍ଡି ସହରର ବିଭିନ୍ନ ଶିବ ମନ୍ଦିର ମାନଙ୍କରେ ଶିବରାତ୍ରୀପାଇଁ ଭକ୍ତ ଏବଂ ଶ୍ରଦ୍ଧାଳୁମାନଙ୍କର କୋଭିଡ କଟକଣା ସତ୍ତ୍ୱେ ସହରରେ ଚଳଚଞ୍ଚଳ ଥିଲା । ଶିବରାତ୍ରୀ ପ୍ରଭୁ ଶିବଙ୍କ ଦର୍ଶନ କଲେ ଏବଂ ବ୍ରତ ଉପବାସ ରଖିଲେ ପରିବାରକୁ ସୁଫଳ ମିଳିବା ସହ ସୁଖ ଶାନ୍ତିରେ ଜୀବନ କଟିବାର ଯେଉଁ ପୌରାଣିକ ବିଶ୍ୱାସ ରହିଛି ତାକୁ ଆଧାର କରି ଭକ୍ତମାନେ ସକାଳୁ ଧୂପ, ଦୀପ, ନଡିଆ, କଦଳୀ ଏବଂ ବିଭିନ୍ନ ଫଳ, ଫୁଲ ସହ ବିଭିନ୍ନ ଶିବମନ୍ଦିର ଗୁଡିକୁ ଯାଇ ଠାକୁରଙ୍କୁ ପୂଜାର୍ଚ୍ଚନା କରିଥିଲେ । ସହରର ଚନ୍ଦ୍ର ଶେଖର ମନ୍ଦିର, ରାମଲିଙ୍ଗେଶ୍ୱର ମନ୍ଦିର, ଶନିଶ୍ୱର ମନ୍ଦିର, ମାଡୁଆ ମହାଦେବ ମନ୍ଦିର ଆଦି ଠାରେଥିବା ଶିବାଳୟରେ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳିଥିଲା । ଗତକାଲି ରାତିରେ ଏହି ସମସ୍ତ ମନ୍ଦିର ଗୁଡିକରେ ମହାଦୀପ ପ୍ରଜ୍ୱୋଳିତ ହୋଇଥିଲା ।

Advertisement