କୁକୁଡ଼ାଖଣ୍ଡି,୧୩/୩,(ଇ.ରଞ୍ଜନ): ଗୁରୁଣ୍ଠି ମୁଖ୍ୟରାସ୍ତା କଡ଼ରେ ରଘୁନାଥବେହେରାଙ୍କ ଦୋକାନରେ ଶୁକ୍ରବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ଦୋକାନଟି ପୁରା ଜଳିଯାଇଥିଲା।ଅଗ୍ନିଶମ ବିଭାଗ ପହଞ୍ଚିନିଆଁ ଲିଭାଇଥିଲା ବେଳେ ‘ଦୋକାନୀ’ ରଘୁନାଥଙ୍କ ବିକ୍ରୟ ନିମନ୍ତେ ଥିବା ସମସ୍ତ ସାମଗ୍ରୀ ଅଗ୍ନିକାଣ୍ଡ ରେ ଜଳି ପାଉଁଶ ହୋଇଥିଲା ପାଖାପାଖି ଦୁଇଲକ୍ଷ ଟଙ୍କାର ଦୋକାନ ସାମଗ୍ରୀ ନଷ୍ଟ ହୋଇଥିବା ସୂଚନା ମିଳଛି।


















