Friday, November 6, 2026
ADVERTISEMENT
Home ଆଞ୍ଚଳିକ ରାତିଅଧରେ ନିମଖଣ୍ଡିରେ ଚୋରି: ବହୁବାର ଚୋରି ସତ୍ୱେ କାର୍ଯ୍ୟାନୁଷ୍ଠାନ ନାହିଁ

ରାତିଅଧରେ ନିମଖଣ୍ଡିରେ ଚୋରି: ବହୁବାର ଚୋରି ସତ୍ୱେ କାର୍ଯ୍ୟାନୁଷ୍ଠାନ ନାହିଁ

223
ADVERTISEMENT

କୁକୁଡ଼ାଖଣ୍ଡି,୧୩/୩,(ଇ.ରଞ୍ଜନ): ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ନୀମଖଣ୍ଡି ରଘୁନାଥ ମନ୍ଦିର ସାହି ରେ ଶନିବାର ରାତ୍ର ପ୍ରାୟ ଏକ ଟା ରୁ ଦୁଇଟା ରେ ସିମାଞ୍ଚଳ ଶାସମଲଙ୍କ ଘରେ ଚୋର ମାନେ ପଶି ସୁନା, ଟଙ୍କା ଲୁଟି ନେଇଛନ୍ତି । ସିମାଞ୍ଚଳ ବୋହୂ ମମତା ସସମଲ ଏବଂ ନାତୁଣୀ ଦୀପିକା ଶାସମଲ ଦାଣ୍ଡଘରେ ଶୋଇଥିବା ବେଳେ ସିମାଞ୍ଚଳ ଚିକିଟି ବଡ଼ନାତୁଣୀଙ୍କ ଘରକୁ ଯାଇଥଲେ,ତାଙ୍କ ସାନପୁଅ ସନ୍ତୋଷ ସାସମଲ ମଧ୍ୟ ବାହାରେ ରହୁଥିଲେ । ଚୋର ମାନେ ବାରିପଟେ ପଶି ଘରର ୩ଟି କବାଟ ଭାଙ୍ଗିବା ସହ ସୁଟକେସ ବାକ୍ସ ଆଲମିରା ତାଡି ସେମାନଙ୍କ ଲୁଗା ଫୋପାଡ଼ି ଆଲମିରାରେ ଥିବା ପ୍ରାୟ ଦେଢ଼ସହ ଗ୍ରାମ ସୁନାଚେନ ଏବଂ ଦୁଇଗ୍ରାମ ଗୋଟିଏ ସୁନା ମୁଦ୍ରା, ରୁପାର ବିଭିନ୍ନ ଗ୍ଲାସ,ମୁଦ୍ରା,ଗିନା ସମେତ ନଗଦ ୫୦ହଜାର ଟଙ୍କା ସହ ପ୍ରାୟ ୩ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି କରିନେଇଥିବା ସୂଚନା ମିଳିଛି । ଘରେ ପୁରୁଷଶୂନ୍ୟ ହୋଇଥିବାରୁ ଯୋଜନା ପ୍ରସ୍ତୁତି କରି ରାତ୍ରକାଳୀନ ଚୋରି କରିଥିଲେ । ସଙ୍ଗେସଙ୍ଗେ ତାଙ୍କ ବହୁ ଓ ନାତୁଣୀ ଘର ଶବ୍ଦ ରାତ୍ର ୩ଟା ସମୟରେ ଶୁଣିବାକୁ ପାଇବାରୁ ସେମାନେ ବାହାରକୁ ଆସି ଚିତ୍କାର କରିବା ପରେ ବାରିପଟ ଦେଇ ଚୋର ମାନେ ଚାଲିଯାଇଥିବା କହିଛନ୍ତି ଏବଂ ସେମାନଙ୍କ ପଡିଶା ଘର ପ୍ରଭାତ ସାହୁ,ଭାଗିରଥି ସାହୁ,ଲାବଣ୍ୟ ପାଣିଗ୍ରାହୀଙ୍କ ଘରେ କବାଟ ଭାଙ୍ଗି ପଶିବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ। ପୂର୍ବରୁ ସନ୍ତୋଷ ପଡୋଶୀ ଘରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ଥିବା ବେଳେ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି କରିଥିଲେ ମଧ୍ୟ ପୋଲିସ କାହାକୁ ଗିରଫ କରିପାରି ନାହିଁ । ପୋଲିସକୁ ଚାଲେଞ୍ଜ ଦେଇ ପୁଣି ଚୋରି ହୋଇଥିବା କୁହାଯାଉଛି । ସନ୍ତୋଷଙ୍କ ଅଭିଯୋଗ ପରେ ସଦର ପୋଲିସ ଘଟଣାର ତଦନ୍ତ ଚଳାଇଛି l ପୂର୍ବରୁ ନିମଖଣ୍ଡି ଫାଣ୍ଡି ଅଞ୍ଚଳରେ ବହୁବାର ଚୋରି ହୋଇଥିଲେ ମଧ୍ୟ ପୋଲିସର ନିଷ୍କ୍ରିୟତା ଚୋରଙ୍କୁ ସୁହାଉଛି।

Advertisement