ରାୟଗଡା, ୭/୮, ଏଜେନସି : ପ୍ରବଳ ବର୍ଷାଯୋଗୁଁ ରେଳଧାରଣା ବନ୍ୟା ଜଳ ପ୍ରବାହ ହୋଇ ମାଟି ଓ ବଜୁରି ଧୋଇଯିବାରୁ ରାୟଗଡ଼ା ଏବଂ ଟିଟଲାଗଡ଼ ମଧ୍ୟରେ ରେଳଗାଡ଼ି ଚଳାଚଳ ବାଧା ପାଇଛି। ଏହି ଲାଇନ୍ର ଡାଇକାଲୁ-ଆମ୍ବଦୋଳା ସେକ୍ସନ୍ ବିଶେଷ ପ୍ରଭାବିତ ହୋଇଛି । ଏଥିଯୋଗୁଁ ରେଳବାଇ ଅଗଷ୍ଟ ୭ ତାରିଖ ନିମନ୍ତେ କେତେକ ପାସେଞ୍ଜର୍ ଏବଂ ଏକ୍ସ୍ପ୍ରେସ୍ ଟ୍ରେନ୍ର ପଥ ପରିବର୍ତ୍ତନ କରିବା ସହ ଅନ୍ୟ କେତେକକୁ ବାତିଲ କରିଛି । ସେଗୁଡ଼ିକ ହେଉଛି:
୫୮୩୦୧/ ୫୮୩୦୨ ସମ୍ବଲପୁର-କୋରାପୁଟ-ସମ୍ବଲପୁର ପାସେଞ୍ଜର୍
୫୮୩୦୩/ ୫୮୩୦୪ ସମ୍ବଲପୁର-ଜୁନାଗଡ଼ ରୋଡ୍-ସମ୍ବଲପୁର ପାସେଞ୍ଜର୍
୫୮୫୨୭/ ୫୮୫୨୮ ରାୟପୁର-ବିଶାଖାପାଟଣା-ରାୟପୁର ପାସେଞ୍ଜର୍
୧୮୩୦୩/୧୮୩୦୨ ରାୟଗଡ଼ା-ସମ୍ବଲପୁର-ରାୟଗଡ଼ା ପାସେଞ୍ଜର୍
ପଥ ପରିବର୍ତ୍ତିତ ଟ୍ରେନ୍ଗୁଡ଼ିକ ହେଲା:
୧୨୮୪୪ ଅହମଦାବାଦ-ପୁରୀ (ତା ୫. ୮. ୧୯) ଭାୟା ଟିଟିଲାଗଡ଼-ସମ୍ବଲପୁର-ଅନଗୁଳ-ଖୋର୍ଦ୍ଧା ରୋଡ୍
୧୨୮୪୩ ପୁରୀ-ଅହମଦାବାଦ ଏକ୍ସପ୍ରେସ୍ (ତା ୬. ୮. ୧୯) ଭାୟା ଦୁବଓ୍ଵାଦା-ବାଲହରଶାହ-ନାଗପୁର
୧୮୬୩୮ ବେଙ୍ଗାଲୁରୁ କ୍ୟାଣ୍ଟ୍-ହଟିଆ ଏକ୍ସ୍ପ୍ରେସ୍ (ତା୬. ୮. ୧୯) ରାୟଗଡ଼ାରୁ ଭାୟା ବିଜିୟାନଗରମ-ଖୋର୍ଦ୍ଧା ରୋଡ୍-ଅନଗୁଳ-ସମ୍ବଲପୁର
୧୩୩୫୧ ଧାନବାଦ-ଆଲ୍ଲେପ୍ପି ଏକ୍ସପ୍ରେସ୍ (ତା ୬. ୮. ୧୯) ବରଗଡ଼ରୁ ଭାୟା ସମ୍ବଲପୁର-ଅନଗୁଳ-ଖୋର୍ଦ୍ଧା ରୋଡ୍-ପଲାଶ-ବିଜିୟନଗ୍ରମ୍
୧୨୮୦୧ ବିଶାଖାପାଟଣା-ହଜ୍ରତ୍ ନିଜାମୁଦ୍ଦିନ୍ ଏକ୍ସ୍ପ୍ରେସ୍ (ତା ୭, ୮.୧୯) ଭାୟା ଦୁବଓ୍ଵଦା-ବାଲହରଶାହ-ନାଗପୁର ପ୍ରବଳ ବର୍ଷା ଯୋଗୁଁ ଆସିଥିବା ଅଚାନକ ବନ୍ୟା ପ୍ରବାହିତ ହେବା ଫଳରେ ସମ୍ପୃକ୍ତ ଅଞ୍ଚଳରେ ପ୍ରାୟ ୧୦୦ ମିଟର ଯାଏଁ ରେଳ ଧାରଣା ତଳୁ ମାଟି ଓ ବଜୁରି ଧୋଇ ହୋଇଯାଇଛି। ଘଟଣାସ୍ଥଳକୁ ଆକ୍ସିଡେଣ୍ଟ୍ ରିଲିଫ୍ ଟ୍ରେନ୍ ଏବଂ ରେଳବାଇ ଇଞ୍ଜିନିୟର୍ମାନେ ଯାଇଛନ୍ତି। ପାଣି କମିଲେ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ସେମାନେ ସୂଚନା ଦେଇଛନ୍ତି।
ବେଦାନ୍ତକୁ ଯାଉଥିବା ଗୋଟାଏ ମାଲ୍ବାହୀ ଟ୍ରେନ୍ ଆମ୍ବଦୋଳା ଷ୍ଟେସନ୍ ନିକଟରେ ଅଟକି ରହିଛି।