Friday, November 6, 2026
ADVERTISEMENT
Home ଆଞ୍ଚଳିକ ତାରାତାରିଣି ସାହିତ୍ୟ ସଂସଦର ଷଷ୍ଠ ମାସିକ ସାହିତ୍ୟ ଆସର ଏବଂ ଆଲୋଚନା ଚକ୍ର

ତାରାତାରିଣି ସାହିତ୍ୟ ସଂସଦର ଷଷ୍ଠ ମାସିକ ସାହିତ୍ୟ ଆସର ଏବଂ ଆଲୋଚନା ଚକ୍ର

527
ADVERTISEMENT

ବ୍ରହ୍ମପୁର,୧୨/୩,(ଋଷିକେଶ ବେହେରା) : ବ୍ରହ୍ମପୁର ସ୍ଥିତ ବ୍ରହ୍ମାନଗର -1 ଉ. ପ୍ରା ବିଦ୍ୟାଳୟ ଠାରେ ତାରାତାରିଣୀ ସାହିତ୍ୟ ସଂସଦର ଷଷ୍ଠ ମାସିକ ସହତ୍ୟ ଆସର ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ସଂସଦର ପ୍ରତିଷ୍ଠାତା କବି ଡ଼ା ପ୍ରଦୀପ୍ତ ଚନ୍ଦ୍ର ସିଂହ, ପ୍ରଦୀପ ପ୍ରଜ୍ବଳନ କରିବା ପରେ ଡକ୍ତର ପ୍ରକାଶ ଚନ୍ଦ୍ର ଦାଶଙ୍କ ସଭାପତିତ୍ବରେ ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା , ମୁଖ୍ୟ ଅତିଥି କବୀ ଶ୍ରୀମତୀ ସଂଘମିତ୍ରା ଦଳେଇ, ସଂମ୍ମାନିତ ଅତିଥି କବୀ ଜ୍ୟୋସ୍ନା ସ୍ୱାଇଁ ଓ କବୀ ପଦ୍ମିନୀ ମିଶ୍ର ଏବଂ ମୁଖ୍ୟ ବକ୍ତା କବୀ ଅମିତା ମିଶ୍ର ଯୋଗଦାନ କରି “ସାମ୍ପ୍ରତିକ ସମାଜରେ ନାରୀ ସାହିତ୍ୟ ର ଭୂମିକା ” ସମ୍ପର୍କ ରେ ଆଲୋଚନା କରିଥିଲେ l ଦ୍ଵିତୀୟ ଅଧିବେଶନ କବିତା ପାଠୋତ୍ସବ ଉପସଭାପତି କବି ଭାସ୍କର ରାଉତଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା, ଦ୍ବିତୀୟ ପର୍ବ ର ମୁଖ୍ୟ ଅତିଥି କବି କାଳିନ୍ଦୀ ନାୟକ, ସମ୍ମାନୀତ ଅତିଥି କବି ପ୍ରମୋଦ କୁମାର ପଣ୍ଡା ଏବଂ କବୀ ସୁଚେତା ପାଣିଗ୍ରାହୀ ଯୋଗ ଦେବା ସହ କବି ମାନେ ନିଜ ନିଜର କବିତା ପାଠ କରିଥିଲେ l
କବୀ ବନ୍ଦନା ମିଶ୍ର ଓ ଚିନ୍ମୟ ମିଶ୍ର କବିତା ଗୁଡିକ ର ସଂଯୋଜନା କରିଥିଲେ । ବ୍ରହ୍ମପୁରରୁ ପ୍ରକାଶିତ ସାହିତ୍ୟ ପତ୍ରିକା “ସାହିତ୍ୟ ସୁମିତ୍ର” ର ମାର୍ଚ୍ଚ ସଂଖ୍ଯା ଉନ୍ମୋଚନ ହୋଇଥିଲା । ଅନୁଷ୍ଠାନର ସମ୍ପାଦିକା ଅତିଥି ପରିଚୟ ଏବଂ ଧନ୍ୟବାଦ ଦେବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ l
ଉକ୍ତ ସଭା ରେ ପ୍ରାୟ ଚାଳିଶି ରୁ ଉର୍ଧ୍ଵକବିଯୋଗଦାନକରିକରିଥିଲେ ll

Advertisement