Friday, November 6, 2026
ADVERTISEMENT
Home ଆଞ୍ଚଳିକ ବାଲି ଲିଜ୍ ବାତିଲ କରିବା ପାଇଁ ଗ୍ରାମବାସୀଙ୍କ ତହସିଲ କାର୍ଯ୍ୟାଳୟ ଘେରାଉ

ବାଲି ଲିଜ୍ ବାତିଲ କରିବା ପାଇଁ ଗ୍ରାମବାସୀଙ୍କ ତହସିଲ କାର୍ଯ୍ୟାଳୟ ଘେରାଉ

404
ADVERTISEMENT

ବ୍ରହ୍ମପୁର,୧୧/୩,(ସୁଦାମ ମହାରଣା) :ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁରବ୍ଲକ ଅନ୍ତର୍ଗତ ଭୀମପୁର ଗ୍ରାମବାସୀଙ୍କ ତହସିଲ କାର୍ଯ୍ୟାଳୟ ଘେରାଉ କରିବା ସହ ବାଲି ଲିଜକୁ ନେଇ ତୀବ୍ର ବିରୋଧ ପ୍ରଦର୍ଶନ କରିଛନ୍ତି । ପୁର୍ବରୁ ଅନେକ ଥର ଲିଜକୁ ନେଇ ବିରୋଧ ହୋଇଆସୁଥିବା ବେଳେ ବର୍ତ୍ତମାନ ରାଜ୍ୟ ସରକାର ପୁଣି ଲିଜ ପାଇଁ ଟେଣ୍ଡର ଆହ୍ବାନ କରିବାକୁ ନେଇ ଗ୍ରାମବାସୀ ବିରୋଧ କରିଛନ୍ତି । ମିଳିଥିବା ସୁଚନା ମତାବକ ୧୯୮୪ ମସିହା ରୁ ଭୀମପୁର ପଂଚାୟତ ଗଠନ ହୋଇଥିଲା ଏବଂ ସେବେଠାରୁ ଗ୍ରାମବାସୀ ବାଲି ଲିଜ୍ କୁ ବିରୋଧ କରି ଲିଖିତ ଅଭିଯୋଗ ପୁରୁଷୋତ୍ତମପୁର ତହସିଲକୁ କରି ଆସୁଛନ୍ତି । ତେବେ ୨୦୧୨ ରେ ଲିଜ ସୁତ୍ରରେ ଦିଆଯିବାକୁ ନେଇ ପ୍ରବଳ ବରୋଧ ହେବାରୁ ସରକାର ଏହାକୁ ବାତିଲ କରିଥିଲେ । ଏବେ ପୁଣି ଲିଜ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିବା ସହ ତରୁନ୍ତ ଲିଜ୍ ବାତିଲ କରିବାକୁ ଭୀମପୁର ଗ୍ରାମପଞ୍ଚାୟତର ସରପଞ୍ଚ ନାରାୟଣ ପାଣିଗ୍ରାହୀ ଙ୍କ ସମେତ ଗ୍ରାମବାସୀ ମାନେ ଦାବୀ କରିଛନ୍ତି । ଦାବୀ ଯଦି ନ ଶୁଣନ୍ତି ଆଗାମୀ ଦିନରେ ଏହାତିବ୍ର ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏହାର ଏକ ନକଲ ଗଞ୍ଜାମ ଜିଲ୍ଲାପାଳ ଓ ଛତ୍ରପୁର ଉପଜିଲ୍ଲାପାଳଙ୍କ ପାଖକୁ ପ୍ରେରଣ କରାଯାଇଥିବା ଜଣାପଡିଛି l

Advertisement