କୁକୁଡ଼ାଖଣ୍ଡି,୧୧/୩,(ଇ.ରଞ୍ଜନ): ସଦର ଥାନା ଅନ୍ତର୍ଗତ ନଳିହାଡ଼ ଗ୍ରାମରେ ଚିରଞ୍ଜିତ ସଂଗ୍ରାମ ସିଂହ ନାମକ ଜଣେ ବ୍ୟକ୍ତିକୁ ଉକ୍ତ ଗ୍ରାମର ସଂଗ୍ରାମ ସନାତନ ସିଂ ଏବଂ ତାଙ୍କ କିଛି ସହଯୋଗୀ ଟ୍ରାକ୍ଟର ଡ଼୍ରାଇଭର ଦୁହେଁ ମିଶି ଏକ ଲୁହା ଛଡ଼ରେ ଆକ୍ରମଣ କରିଥିଲେ । ଆକ୍ରମଣକାରୀ ଦୁଇ ଜଣ ମଧ୍ୟ ନଳିହାଡ ଗ୍ରାମର ହୋଇଥିବା ବେଳେ ସେ ଏଥି ପୂର୍ବରୁ ବହୁ ଆକ୍ରମଣ ଓ ହତ୍ୟା ମାମଲାରେ ସଂପୃକ୍ତ ଥିବାନେଇ ଥାନାରେ ଅଭିଯୋଗ ରହିଥିବା ଜଣାପଡିଛି । ତଥାପି ରାଜନୈତିକ ଚାପ ପଡୁଥିବା ଅଭିଯୋଗକାରୀ ଦର୍ଶାଇଥିବା ସାଧାରଣରେ ଆଲୋଚନା ଚାଲିଛି, ସୋମବାର ଅପରାହ୍ନ ଚାରିଟା ବେଳେ ସେହି ଗ୍ରାମ ଗଡସାହିର ଚିରଞ୍ଜିବୀ ସଂଗ୍ରାମ ସିଂ ବାଇକରେ ଫେରୁଥିବା ବେଳେ ନିଜ ଘର ଆଗରେ ଦୁଇଯୁବକ ଲୁହାଛଡ଼ରେ ମରଣାନ୍ତକ ଆକ୍ରମଣ କରିବାର ଚିରଞ୍ଜିତଙ୍କ ବାମ ଗୋଡ଼ଟି ହାଡଭାଙ୍ଗି ଯାଇଥିବା ଜଣା ପଡିଛି ଅଭିଯୁକ୍ତଙ୍କୁ ପଚାରି ବୁଝିବାରୁ ସେମାନେ ଚିରଞ୍ଜିତ ମଦ୍ୟପାନ କରି ଗାଡିରେ ଆସି ସେମାନଙ୍କୁ ଗାଳି ଗୁଲଜ କରିଥିବାରୁ ତାଙ୍କୁ ଘରକୁ ଯିବା ପାଇଁ ନିର୍ଦେଶ ଦେଇଥିଲେ । ପୁଣି ଗାଳି କରିବାରୁ ଆକ୍ରମଣ କରିଥିବା ସୂଚନା ଚିରଞ୍ଜୀତ ସ୍ଥାନୀୟ ଲୋକଙ୍କ ପାଇଁ ସେ ବଞ୍ଚିଯାଇଥିବା ଥାନାରେ ଅଭିଯୋଗ ହୋଇଛି । ସେ ବର୍ତ୍ତମାନ ସେ ବ୍ରହ୍ମପୁର ବଡ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି। ସଦର ଥାନାରେ ଏତଲା ଦିଆଯିବା ପରେ ସଦରଥାନା କେଶ୍ ନମ୍ବର ୬୧/୨୧ ମାମଲା ରୁଜୁ ହୋଇଥିବା ବେଳେ ବୁଧବାର ୩ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରିଣୀ ସନ୍ତୋଷୀନି ଓରାମ ସୂଚନା ଦେଇଛନ୍ତି ।


















