Friday, November 6, 2026
ADVERTISEMENT
Home ଆଞ୍ଚଳିକ ସମ୍ପତ୍ତି ଲୋଭି ଦେଢ଼ଶୂର ଗିରଫ ଅଞ୍ଚଳବାସିଙ୍କ ପ୍ରତିକ୍ରିୟା ପରିବାର ଲୋକଙ୍କୁ ଗିରଫ ଦାବି ନେଇ ଥାନା...

ସମ୍ପତ୍ତି ଲୋଭି ଦେଢ଼ଶୂର ଗିରଫ ଅଞ୍ଚଳବାସିଙ୍କ ପ୍ରତିକ୍ରିୟା ପରିବାର ଲୋକଙ୍କୁ ଗିରଫ ଦାବି ନେଇ ଥାନା ଘେରାଉ,ରାସ୍ତା ଅବରୋଧ

598
ADVERTISEMENT

ବ୍ରହ୍ମପୁର,୧୧/୩,(ଇ.ରଞ୍ଜନ): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ସମ୍ପତି ହାତେଇବା ଲକ୍ଷନେଇ ଦେଢ଼ଶୂର ଆକ୍ରମଣରେ ଭାଇବୋହୁ ମୁର୍ତ୍ୟୁ ସୋମବାର ଡେଙ୍ଗାପଡାର ଗ୍ରାମରେ ହୋଇଥିବା ହତ୍ୟା କାଣ୍ଡରେ ପୋଲିସ ସମ୍ପତ୍ତି ଲୋଭି ଦେଢ଼ଶୁର ପ୍ରଭାକର ବିଶୋଇଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି । ବିଧବା ମହିଳା ସୁଷମା ବିଷୋୟୀଙ୍କ କିଏ ନଥିବା ସ୍ୱାମୀ ସନ୍ତାନ ନଥିବାରୁ ନିଜ ପେଟପାଟଣା କରି ବଂଚୁଥିଲେ । ସେ ତାଙ୍କ ଡ଼େଙ୍ଗାପଦର ଗ୍ରାମର ଏକ ବିଲକୁ ମୁଗ ଅମଳ କରି ମୁଗ ନେଇ ଆସୁଥିବା ବେଳେ ସମ୍ପତ୍ତି ଭୋଗ କରିବା ଦୃଷ୍ଟିକୁ ନେଇ ନିଜ ଦେଢଶୁର ଭାଇବୋହୁକୁ ହତ୍ୟା କରିଥିଲେ ।ଏହି ଘଟଣା ରେ ସୁଷମାଙ୍କ ବାପ ବାଲିପଡ଼ା ଗ୍ରାମର ହୋଇଥିବାରୁ ସେଠାକାର ଶତାଧିକ ଲୋକେ ଦୁଇ ଟ୍ରକ, ଟ୍ରାକଟର ସମେତ ବୋଲେରୋ, ବାଇକ ଯୋଗେ ବ୍ରହ୍ମପୁର ସଦରଥାନା ଘେରାଉ କରିବା ସହ ଅଭିଯୁକ୍ତ ଦେଢ଼ଶୂର ପ୍ରଭାକର ବିଶୟୀଙ୍କ ପରିବାର ବର୍ଗ ସାମିଲଥିବା ଦର୍ଶାଇ ସେମାନଙ୍କୁ ମଧ୍ୟ୍ୟ ଗିରଫ କରିବାକୁ ଅଡି ବସିଥିଲେ ଗିରଫ ପାଇଁ ଗ୍ରାମ ତରଫରୁ ଏକ ସ୍ମାରକ ପତ୍ର ଥାନାରେ ପ୍ରଦାନ କରିଥିଲେ l ପୋଲିସ କହିବା ଅନୁଯାୟୀ ଯିଏ ମହିଳାଙ୍କୁ ହତ୍ୟା କରିଥିଲେ ମୁଖ୍ୟ ହତ୍ୟାକାରୀ ଗିରଫ କରାଗଲା ପୁଣି କିଏ ଦୋଷୀ ଯେ ସେମାନଙ୍କୁ ଗିରଫ କରିବୁ ଏହା ନେଇ ପୋଲିସ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ସେମାନେ ଚାଲିଗଲେ ବାଲିପଡା ମୁଖ୍ୟ ରାସ୍ତା ଅବରୋଧ କରି ଗିରଫ ଦାବି କରିଥିଲେ l ବ୍ରହ୍ମପୁର ଏସପି ପିନାକୀ ମିଶ୍ର ଏସଡ଼ିପିଓ ଜୟନ୍ତ ମହାପାତ୍ର ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଜା କରିଥିଲେ ବି କିଛି ଲୋକ ବୁଝିଥିବା ବେଳେ କିଛି ଲୋକ ବୁଝିନଥିଲେ କିଛି ସମୟ ବ୍ୟବଧାନ ପରେ ରାସ୍ତା ବାଲିପଡା ଗ୍ରାମକୁ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର,ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ଏସ୍ଡ଼ିପିଓ ଜୟନ୍ତ ମହାପାତ୍ର ଥାନା ଅଧିକାରୀଣି ସନ୍ତୋଷୀନି ଓରାମ ଓ ପୋଲିସ ସଦଳବଳେ ଯାଇ ବୁଝାସୁଜା କରିଥିଲେ ।

Advertisement