ଛତ୍ରପୁର,୧୧/୩(ସୁଦାମ ମହାରଣା)- ଗଂଜାମ ଜିଲା ର ଶିଶୁମାନେ କିଭଳି ପାରିବାରିକ ଯତ୍ନ ସହ ସୁରକ୍ଷିତ ରହିବେ ଓ ସେମାନଙ୍କର ବିକାଶ ହୋଇପାରିବ ସେନେଇ ଉଦ୍ୟମ ଆରମ୍ଭ ହୋଇଛି । ବୁଧବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସଦଭାବନା ସଭାଗୃହରେ ପ୍ରଶାସନ, ଅରୁଣା ଓ କ୍ୟାଥୋଲିକ୍ ରିଲିଫ୍ ସର୍ଭିସ (ସିଆରଏସ) ଅନୁଷ୍ଟାନ ପକ୍ଷରୁ ମିଳିତ ଭାବେ ଏସମ୍ପର୍କୀୟ ଏକ ଆଲୋଚନା ବୈଠକ ଆୟୋଜିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ କହିଥିଲେ ଯେ ଶିଶୁ ମାନଙ୍କର ଟ୍ରାକ୍ ରେକର୍ଡ ଅନୁଧ୍ୟାନ ସହ କେଉଁଠି ରହିଲେ କେଉଁ ପିଲା ସୁରକ୍ଷିତ ରହିବେ ତାର ନିଷ୍କର୍ଷ । ହାର କରିବାକୁ ପଡିବ ଶିଶୁ ଯତ୍ନ କେନ୍ଦ୍ର ସମ୍ପୂର୍ଣ୍ଣ ବନ୍ଦ କରି ହେବନି ମାତ୍ର ପରିବାର ସହ ଶିଶୁ ରହିଲେ ବହୁ ଉତମ ବୋଲି ଅତିରିକ୍ତ ଜିଲାପାଳ କହିଥିଲେ ଯେ ଆହୁରି କହିଥିଲେ ଯେ ଶିଶୁ ମାନଙ୍କ ସୁରକ୍ଷା ଓ ବିକାଶ ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ହେଉଛି ସମସ୍ତଙ୍କ ମତାମତ ନେଇ ଶିଶୁର ଆବଶ୍ୟକତା ତଥା ଜିଲା ଭିତିକ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ଜିଲା ଡ୍ରାଫ୍ଟ ପ୍ଲାନ ପ୍ରସ୍ତୁତ କରିବାଉପରେ ଅତିରିକ୍ତ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ । ଗଂଜାମରେ ଏଭଳି ଡ୍ରାଫ୍ଟ ପ୍ଲାନ୍ ପ୍ରସ୍ତୁତ ପାଇଁ ପ୍ରକ୍ରିୟା ରାଜ୍ୟରେ ଆରମ୍ଭ ପ୍ରଥମ ବୋଲି ସୂଚନା ଦିଆଯାଇଥିଲା । ସିଆରଏସ ର ପ୍ରକଳ୍ପ ଅଧିକାରୀ ମନୋରଂଜନ ଦାଶ ଡ୍ରାଫ୍ଟ ପ୍ଲାନ୍ ସମ୍ପର୍କରେ ବିସୃତ ଭାବେ ସୂଚନା ଦେବା ସହ ପରିବାର ଥିବା ଶିଶୁ ମାନେ କିଭଳି ଶିଶୁ ଯତ୍ନ କେନ୍ଦ୍ରରେ ନରହି ପାରିବାରିକ ଯତ୍ନରେ ରହିପାରିବେ ସେ ବିଷୟରେ ଆଲୋକପାତ କରିଥିଲେ । ଅରୁଣାର ପ୍ରକଳ୍ପ ନିଦେ୍ର୍ଧଶକ ଲୋକନାଥ ମିଶ୍ର କହିଥିଲେ ଯେ ଗରିବ ତଥା ସମ୍ବେଦନଶୀଳ ସ୍ଥାନରେ ଥିବା ଶିଶୁଙ୍କୁ ନିଜ ଅଂଚଳରେ ସମ୍ପୃକ୍ତ ପଂଚାୟତ ସେମାନଙ୍କର ଥଇଥାନ ଓ ଯତ୍ନ ନେଲେ ଶିଶୁମାନଙ୍କ ସୁରକ୍ଷା ସହ ବିକାଶ ହୋଇପାରିବ । ଅନାଥ ନଥିବା ପିଲାମାନେ ଶିଶୁ ଯତ୍ନ ଅନୁଷ୍ଟାନକୁ ନ ଯାଇ ନିଜ ପରିବାର ସହ ରହିବେ ଏବଂ ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ସହ ବିକାଶ ହୋଇପାରିବ ସେଉପରେ ଉପସ୍ଥିତ ରିସୋର୍ସ ପର୍ସନମାନେ ମତ ରଖିଥିଲେ । ଜିଲା ମଙ୍ଗଳ ବିଭାଗ, ମହିଳା ଓ ଶିାଉ ବିକାଶ ବିଭାଗ, ଶିଶୁ ସୁରକ୍ଷା ବିଭାଗ, ସମାଜ ସୁରକ୍ଷା ବିଭାଗ ମିଳିତ ତଥା ସମନ୍ୱୟ ରକ୍ଷା କରି ଶିଶୁମାନଙ୍କର ବିକାଶ କରାଯାଇପାରିବ ବୋଲି କୁହାଯାଇଥିଲା । ସେହିପରି ବାଲ୍ୟ ବିବାହିତା, ଶିଶୁ ଶ୍ରମିକ, ଅନାଥ ଶିଶୁ, ଶିଶୁ ଯତ୍ନ କେନ୍ଦ୍ରରେ ପରିବାର ଠାରୁ ଦୂରରେ ରହୁଥିବା ଶିଶୁ, ଏଚଆଇଭି ସଂକ୍ରମିତ ଶିଶୁ, ଅଧାରୁ ସ୍କୁଲ ପାଠ ପଢା ଛାଡିଥିବା ଶିଶୁ, ପ୍ରବାସୀ ଶିଶୁ, ଶିଶୁ ଚାଲାଣ ପିଡୀତ ମାନଙ୍କୁ ମଧ୍ୟ କିଭଳି ଉଦ୍ଧାର କରି ସେମାନଙ୍କ ପରିବାରରେ ଏକାଠି ରଖିବା ସହ ସେମାନଙ୍କର ସୁରକ୍ଷା ଓ ବିକାଶ ଉପରେ ଗୁରୁତ୍ୱ ଦେଇ ଜିଲା ଡ୍ରାଫ୍ଟ ପ୍ଲାନ୍ ପ୍ରସ୍ତୁତ କରିବାକୁ ସ୍ଥିର ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ପରିକ୍ଷୀତ ଦାଶ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡଙ୍ଗୀ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲା ସମାଜ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା, ଜିଲା ଶ୍ରମ ଅଧିକାରୀ ବାବୁ ଚରଣ ପାତ୍ର, ବ୍ରହ୍ମପୁର ଡିଏସପି ବିମଳ କାନ୍ତ ନାୟକ, ଗଂଜାମ ପୋଲିସ ଜିଲା ଡିଏସପି ସାମୁଏଲ ପ୍ରଧାନ, ଅରୁଣା ର ପ୍ରକଳ୍ପ ଅଧିକାରୀ ଦେବୀଦତ ରଥ, ସମ୍ପାଦିକା ସୌଦାମିନୀ ରଥ, ସୁସ୍ମିତା ଭୋଇ ଙ୍କ ସମେତ ରିସୋର୍ସ ପର୍ସନ ମାନେ ଉପସ୍ଥିତ ଥିଲେ ।


















