Wednesday, September 23, 2026
ADVERTISEMENT
Home ଜିଲ୍ଲା ଅନୁଗୁଳ କୂଅରେ ହାତୀ ପଡ଼ି ଦୀର୍ଘ ୮ଘଣ୍ଟା ଛଟପଟ

କୂଅରେ ହାତୀ ପଡ଼ି ଦୀର୍ଘ ୮ଘଣ୍ଟା ଛଟପଟ

584
ADVERTISEMENT

ଅନୁଗୁଳ,୧୧/୩,(ଡ଼ି.ଏଚ/ବ୍ୟୁରୋ): ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଗାଁର ଏକ କୂଅରେ ଦୀର୍ଘ ୮ଘଣ୍ଟା ହେଲା ହାତୀ ପଡ଼ି ଛଟପଟ ହେଉଛି। ରାତି ପ୍ରାୟ ୨ଟା ବେଳେ ହାତୀଟି ଏହି କୂଅରେ ପଡ଼ିଥିବା ବେଳେ ଏ ପର୍ଯ୍ୟନ୍ତ ଉଦ୍ଧାର ହୋଇନାହିଁ। ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ହାତୀଟିକୁ ଉଦ୍ଧାର କରାଯାଇପାରିନାହିଁ । ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବନାଞ୍ଚଳ ପୁରୁଣାଗଡ଼ ସେକ୍ସନର ବାଳିଜେରେଙ୍ଗ ଗାଁରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଥିଲା । ତେବେ ବିଳମ୍ବିତ ରାତିରେ ହାତୀପଲ ଗାଁକୁ ଆସିଥିବା ବେଳେ ଏକ ହାତୀ ଗାଁର ସୁରଥ ସାହୁଙ୍କ ବାଡ଼ିରେ ଥିବା କୂଅରେ ପଡ଼ି ଯାଇଥିଲା। ଆଜି ସକାଳୁ ଗ୍ରାମବାସୀ ହାତୀକୁ ଏହି ଅବସ୍ଥାରେ ଦେଖି ବନ ବିଭାଗ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏହାପରେ ଅନୁଗୁଳ ରେଞ୍ଜର ସତ୍ୟବ୍ରତ ପ୍ରଧାନ ଓ ଜରପଡ଼ା ରେଞ୍ଜର ହୃଦାନନ୍ଦ ନଏକଙ୍କ ସହ ଅନ୍ୟ କର୍ମଚାରୀମାନେ ସେଠାରେ ଏବେ ପହଞ୍ଚିଛନ୍ତି । ଅନ୍ୟ ପକ୍ଷରେ ଅନୁଗୁଳ ଦମକଳ ବାହିନୀ ଏବେ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ କୂଅ ପାର୍ଶ୍ଵରେ ଗାତ ଖୋଳିବାକୁ ଦରକାର ପଡୁଥିବା ଜେସିବି ମେସିନ ଆସିଲେ ହାତୀ ଉଦ୍ଧାର ହେବ ବୋଲି ଜଣାପଡ଼ିଛି। କୂଅରେ ହାତୀଟି ଛଟପଟ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ହାତୀ ଉଦ୍ଧାର ନହେବା ଘଟଣା ବନ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisement