Friday, September 25, 2026
ADVERTISEMENT
Home ଆଞ୍ଚଳିକ ୧ କୋଟି ୭୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

୧ କୋଟି ୭୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

407
ADVERTISEMENT

ମୋହନା,୧୦/୩,(ଡ଼ି.ଏଚ/ବ୍ୟୁରୋ): ମୋହନା ପୁଲିସକୁ ମିଳିଛି ବିରାଟ ସଫଳତା। ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତଥା ରା.ଉଦୟଗିରି ଏସଡ଼ିପିଓ ଦିଲ୍ଲୀପ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ ଜନଚାରୀ ମଙ୍ଗଳବାର ସକାଳ ପ୍ରାୟ ୫ଟା ସମୟରେ ଲୁହାଗୁଡ଼ି ନିକଟ କମଳାପୁର ଛକ(ନାକା ପଏଣ୍ଟ) ଠାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ଟାଟା ୧୫୧୨ କଣ୍ଟେନର ଗାଡ଼ି ନଂ- ୟୂପି୭୮ ସିଏନ୍‌୦୩୬୧କୁ ଅଟକାଇ ଯାଞ୍ଚ କରିବା ସମୟରେ ଗାଡିର ଚେମ୍ବର ଭିତରେ ଅଭିନବ ଉପାୟରେ ଓ ଗାଡ଼ି ଭିତରେ ୫୧ ଗୋଟି ଜରି ବସ୍ତାରେ ଗଞ୍ଜେଇ ଭର୍ତ୍ତି ହୋଇ ରହିଥିବାର ଦେଖିବାକୁ ପାଇଥିଲେ । ଉତ୍ତରପ୍ରଦେଶ ରାଜ୍ୟ ବୁଲନ୍ଦସହର ଅନ୍ତର୍ଗତ ଭୀମପୁର ଗ୍ରାମର ଗାଡି ଡ୍ରାଇଭର ସୁନିଲ କୁମାର ଓ ତାର ଜଣେ ସାଙ୍ଗ ରମେଶ ମିଶି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଳକ୍ ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି ନୂଆଁ ଦିଲ୍ଲୀ ଅଭିମୁଖେ ଚାଲାଣ କରୁଥିଲେ।ରମେଶ ରାୟଗଡାରୁ ଗାଡିରୁ ଓହ୍ଲାଇ ପଡ଼ିଥିବା ବେଳେ ସୁନିଲ ଏକାକୀ ଗାଡି ଡ୍ରାଇଭିଙ୍ଗ କରି ଆସୁଥିଲା। ସମସ୍ତ ଗଞ୍ଜେଇ ବସ୍ତା ଗୁଡ଼ିକୁ ପୁଲିସ ଜବତ କରିବା ସହ ମୋହନା ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନଙ୍କ ଉପସ୍ଥିତିରେ ସମୟ ଗଞ୍ଜେଇ ବସ୍ତାକୁ ଓଜନ କରିବାରୁ ୧୪୭୦ କିଲୋ ୧୦୦ ଗ୍ରାମ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୭୬ ଲକ୍ଷ ଟଙ୍କା ହେବ ବୋଲି ଆଇଆଇସି ଶ୍ରୀ ନାୟକ ସୂଚନା ଦେଇଛନ୍ତି । ଡ୍ରାଇଭରକୁ ଗିରଫ କରାଯାଇଥିବା ବେଳେ ଗାଡ଼ିକୁ ଜବତ କରାଯାଇଛି। ବୁଧବାର ସୁନିଲକୁ କୋର୍ଟ ଚାଲାଣ କରାଯିବା। କେସ୍ ନଂ୬୭/୨୧ ରେ ମାମଲା ରୁଜ୍ଜୁ ହେବା ସହ ତଦନ୍ତ କରୁଛନ୍ତି ସବଇନିସ୍‌ପେକ୍ଟର ସୁନିଲ କୁମାର ଦଳେଇ ।

Advertisement