Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଡେଙ୍ଗାପଦର ବିଧବା ଭାଇବୋହୁକୁ ହତ୍ୟା ମାମଲା ଦେଢ଼ଶୁର ଗିରଫ

ଡେଙ୍ଗାପଦର ବିଧବା ଭାଇବୋହୁକୁ ହତ୍ୟା ମାମଲା ଦେଢ଼ଶୁର ଗିରଫ

337
ADVERTISEMENT

କୁକୁଡାଖଣ୍ଡି,୧୦/୩,(ଡ଼ି.ଏଚ/ବ୍ୟୁରୋ): କୁକୁଡାଖଣ୍ଡି ବ୍ଲକ ସଦରଥାନା ଇଲାକା ଦିନକୁ ଦିନ ଅସାନ୍ତ ହେବାରେ ଲାଗିଚି ଅପରାଧିକଂ ପାଇଁ ଏକ ନିରାପଦ ସ୍ଥାନ ପାଲଟିଛି ଏହି ଇଲାକା।୨୪ ଘଣ୍ଟାରେ ଦୁଇଟି ହତ୍ୟା ଘଟଣା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିବା ବେଳେ ଆଇନ ଶୃଙ୍ଖଳା ସମ୍ପୂର୍ଣ ରୂପେ ବିପର୍ଯ୍ୟସ୍ତ ହେଇଥିବା ଦେଖିବାକୁ ମିଳିଚି I ୬୩ଦିନରେ ମଧ୍ୟରେ ୬ଟି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି। ସୋମବାର ବାଲିପଡ଼ା ଗ୍ରାମରେ ହୋଇଥିବା ହତ୍ୟା କାଣ୍ଡରେ ପୋଲିସ ଦେଢ଼ଶୁର ପ୍ରଭାକର ବିଶୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଧବା ମହିଳା ସୁଷମା ବିଷୋୟୀଙ୍କୁ ନିକଟସ୍ଥ ଡ଼େଙ୍ଗାପଦର ଗ୍ରାମର ଏକ ବିଲକୁ ମୁଗ ଅମଳ କରିବା ପାଇଁ ଯାଇଥିବାବେଳେ ସମ୍ପତ୍ତି ପାଇଁ ନିଜ ଦେଢଶୁର ହତ୍ୟା କରିଥିଲେ । ସୁଷମାଙ୍କ କୌଣସି ପିଲାଛୁଆ ନଥିବାବେଳେ ସ୍ୱାମୀ ଈଶ୍ୱର ବିଷୋୟୀ ଦୀର୍ଘବର୍ଷ ହେବ ମୃତୁବରଣ କରିଚନ୍ତି ଯାହାଫଳରେ କାଳେ ସୁଷମା ସମ୍ପତି ଦାବି କରିବେ ସେଥି ପାଇଁ ହତ୍ୟା କରି ଘଟଣା ସ୍ଥଳରୁ ପ୍ରଭାକର ଫେରାର ହେଇଯାଇଥିଲା I ବାଲିପଡ଼ା ଗ୍ରାମର ଏକ ଘର ମଧ୍ୟରୁ କାତି ଓ କାଠ ଫାଳିଆ ଜବତ କରି ତଦନ୍ତ କରିଥିଲା ସଦରଥାନା ପୋଲିସ I

Advertisement