Thursday, September 24, 2026
ADVERTISEMENT
Home ମୁଖ୍ୟ ଖବର ଓଜେଏସ୍‌ ଟପ୍ପର ହେଲେ ସମ୍ବଲପୁର ଝିଅ

ଓଜେଏସ୍‌ ଟପ୍ପର ହେଲେ ସମ୍ବଲପୁର ଝିଅ

628
ADVERTISEMENT

ଭୁବନେଶ୍ୱର,୧୦/୩,(ଡ଼ି.ଏଚ/ବ୍ୟୁରୋ): ଓଡ଼ିଶା ଜୁଡ଼ିସିଆଲ ସର୍ଭିସର ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ ମୋଟ ୪୭ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏମାନେ ସିଭିଲ ଜଜ୍ ଭାବେ ନିଯୁକ୍ତି ପାଇବେ॥ କୃତକାର୍ଯ୍ୟ ହୋଇଥିବା ୪୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ ଜଣ ମହିଳା ଅଛନ୍ତି । ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଇର୍ସିତା କେସରୱାନି ଏଥର ଓଜେଏସ୍ ଟପ୍ପର ହୋଇଛନ୍ତି । ତାଙ୍କ ପରେ ସମ୍ବେଦନା ସନ୍ଦୀପ ଦ୍ୱିତୀୟ ସ୍ଥାନ ପାଇଥିବା ବେଳେ କୃଷ୍ଣା ମିଶ୍ରଙ୍କୁ ତୃତୀୟ ସ୍ଥାନ ମିଳିଛି। ନିଜର ସଫଳତାରେ ଖୁସି ବ୍ୟକ୍ତ କରି ଇର୍ସିତା କହିଛନ୍ତି, ଏଥିପାଇଁ ସେ ବହୁତ ପରିଶ୍ରମ କରିଥିଲେ। ଏହି ସଫଳତା ପାଇଥିବାରୁ ସେ ଆଜି ଗର୍ବିତ। ସେ ଦିନରେ ୧୪ରୁ ୧୫ ଘଣ୍ଟା ପାଠପଢୁଥିଲେ। ତେବେ ସଫଳତାର ସବୁ ଶ୍ରେୟ ସେ ବାପା-ମା’ଙ୍କୁ ଦେବେ ବୋଲି କହିଛନ୍ତି । ପିଲାବେଳରୁ ଆଜିଯାଏ ତାଙ୍କର ବାପା-ମା’ ସବୁକ୍ଷେତ୍ରରେ ତାଙ୍କୁ ସହଯୋଗ କରି ଆସୁଥିବା ସେ କହିଛନ୍ତି।

Advertisement