Friday, November 6, 2026
ADVERTISEMENT
Home ଆଞ୍ଚଳିକ ସମତା ସଙ୍ଗଠନ ପକ୍ଷରୁଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ସମତା ସଙ୍ଗଠନ ପକ୍ଷରୁଆନ୍ତର୍ଜାତୀୟ ମହିଳା ଦିବସ ପାଳନ

641
ADVERTISEMENT

ଛତ୍ରପୁର,୯/୩,(ସୁଦାମ ମହାରଣା): ଆନ୍ତର୍ଜାତୀୟ ମହିଳା ଦିବସ କୁ ପାଳନ କଲେ ମହିଳା ସଙ୍ଗଠନ “ସମତା” । ଭାରତ ଜ୍ଞାନ ବିଜ୍ଞାନ ସମିତିର ମହିଳା ସଂଗଠନ ସମତା ସଦସ୍ୟ ମାନେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଠାରେ ଉପସ୍ଥିତ ରହି ସଙ୍ଗଠନର ଆଭିମୁଖ୍ୟ ଆଜିର ଦିନରେ ମହିଳା ଶିଳ୍ପ କ୍ଷେତ୍ର, ନୌବାହିନୀ, ସ୍ଥଳ ବାହିନୀ, ଜଳ ବାହିନୀର କାର୍ଯ୍ୟକାରୀ ଅଗ୍ରଗତି କରିବାରେ ଆଗୁଆ ହୋଇ ଉଠିଲେଣି। ମହିଳା ମାନେ ସମ୍ପୂର୍ଣ୍ଣ ସ୍ୱାଧୀନତା ପାଇ ନିଜ କର୍ମକ୍ଷେତ୍ର କୁ ବାଛି ସ୍ୱାବଲମ୍ବୀ ହୋଇପାରୁଛନ୍ତି । କେନ୍ଦ୍ର ଓ ଓଡିଶା ସରକାର ମହିଳା ମାନଙ୍କୁ ଆଗକୁ ବଢିବାର ସୁଯୋଗ ସୃଷ୍ଟି କରି ଉତ୍ସାହିତ କରୁଛନ୍ତି । ଏହାର ଭରପୁର ଫାଇଦା ନେବା ସମୟ ଆସିଛି ବୋଲି ସମତା ନେତ୍ରୀ ପୂନମ ବେହେରା ଓ ଲିପୁନ ପାଢ଼ୀ ଯୋଗଦେଇ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସମତା ସଙ୍ଗଠନ ର ସଦସ୍ୟ ସୁଦୂର ଡେରାଡୁନ ଯାଇ ଜାତୀୟ ବୈଠକରେ ଯୋଗ ଦେଇ ଫେରିଥିବାରୁ ତାଙ୍କୁ ପୁରୁଷୋତ୍ତମପୁର ସମତା ସଦସ୍ୟ ମାନେ ପୁଷ୍ପ ଗୁଛ ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ । ଭାରତ ଜ୍ଞାନବିଜ୍ଞାନ ସମିତି ରାଜ୍ୟ ସମ୍ପାଦକ ବ୍ଲୋରିନ୍ନ ମହାନ୍ତିଙ୍କ ନିର୍ଦ୍ଧେଶ ରେ ସମ୍ବର୍ଦ୍ଧନା ସଭା ତଥା “ନେତୃତ୍ୱରେ ମହିଳା” ଆଲୋଚନା ଚକ୍ର କରି ସମତା ସଦସ୍ୟ ମାନଙ୍କ ମନୋବଳ ବୃଦ୍ଧି କରିଥିବାରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

Advertisement