Saturday, September 26, 2026
ADVERTISEMENT
Home ଆଞ୍ଚଳିକ ପାରଳାଖେମୁଣ୍ଡିରେ ବିଜେଡ଼ି ତରଫରୁ ଅନ୍ତଜାତୀୟ ମହିଳା ଦିବସ ପାଳିତ

ପାରଳାଖେମୁଣ୍ଡିରେ ବିଜେଡ଼ି ତରଫରୁ ଅନ୍ତଜାତୀୟ ମହିଳା ଦିବସ ପାଳିତ

613
ADVERTISEMENT

ପାରଳାଖେମୁଣ୍ଡି,୯/୩,(ପ୍ରଭାତ କୁମାର ପାତ୍ର) :ଆଜି ପାରଳାଖେମୁଣ୍ଡି ସ୍ଥିତ ରାଧାରାଣୀ କଲ୍ୟାଣ ମଣ୍ଡପ ଠାରେ ପାଳନ ହେଲା ଅନ୍ତଜାତୀୟ ମହିଳା ଦିବସ।ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ଏହି ସଭା ଆୟୋଜିତ ହୋଇଥିଲା । ସଭା ଆରମ୍ଭ ପୂର୍ବରୁ ବିଜୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଉପସ୍ଥିତ ରହି,ରାଜ୍ୟ ସରକାରଙ୍କ ଯୋଜନା ଗୁଡିକ ସମ୍ପର୍କରେ କିଭଳି ମା ମାନଙ୍କ ପାଖରେ ସିଧା ପହଞ୍ଚବ ତାକୁ ନେଇ ଆଲୋଚନା କରିଥିଲେ ।ସନମାନିତ ଅତିଥି ଭାବେ କାଶୀନାଗର ଏନଏସି ପୂର୍ବତନ ଅଧକ୍ଷା ଏମ ସୁଧାରାଣୀ ,ଜିଲ୍ଲା ପରିଷଦ ସଦସ୍ୟ ପ୍ରେମିକା ରଇତ,ଜିଲ୍ଲା ସଂଯୋଜିକା ଇନ୍ଦିରା ପଟନାୟକ,ପୂର୍ବତନ ଜିଲ୍ଲା ସଭାପତି ବସନ୍ତ ଦାସ,ମାରୁତ ପାଳ,ଯୁବ ଜିଲ୍ଲା ସଭାପତି ଏସ ଲିଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ଅବସରରେ କିଛି ବିଜେପି ଓ କଂଗ୍ରେସ କର୍ମୀ ବିଜେଡି ରେ ଯୋଗ ଦେଇଥିଲେ।

Advertisement