ଗୋଚାଲାଣ ବେଳେ ୨ କଣ୍ଟେନରରୁ ୧୦୨ ଗୋରୁ ଉଦ୍ଧାର ଓ ୪ଜଣ ଅଟକ

45
ADVERTISEMENT

ବାଲେଶ୍ୱର,୮/୩,(ଡ଼ି.ଏଚ/ବ୍ୟୁରୋ): ବେଆଇନ ଗୋଚାଲାଣ ବେଳେ ବାଲେଶ୍ୱର ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ୨ କଣ୍ଟେନରରୁ ୧୦୨ ଗୋରୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଗୋରୁମାନଙ୍କୁ ବାମପଦାସ୍ଥିତ ମା ଭାରତୀ ଗୋଶାଳାରେ ରଖାଯାଇଛି। ଗତକାଲି ବିଳମ୍ବିତ ରାତିରେଏହି ୨ କଣ୍ଟେନର ଗୋରୁ ନେଇ ଭଦ୍ରକରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ସମ୍ପୃକ୍ତ ୨ କଣ୍ଟେନରକୁ ସେରଗଡ଼ ଟୋଲଗେଟ ନିକଟରେ ସ୍ଥାନୀୟ ଗୋରକ୍ଷକ ଏବଂ ପୁଲିସ ଅଟକାଇଥିଲେ।ଏହାପରେ ସେଠାରୁ ୨ କଣ୍ଟେନରରୁ ୧୦୨ ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ଖନ୍ତାପଡ଼ା ଥାନାରେ ପୁଲିସ ୪ ଜଣକୁ ଅଟକ ରଖିଛି।

Advertisement