Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ଲୁଟ ଓ ଛିନତାଇ ମାମଲା ବଢିଚାଲିଥିବାରୁ କମିସନରେଟ୍ ପୁଲିସ ଗଢିଲେ ସ୍ବତନ୍ତ୍ର ଟିମ ‘ସ୍ପେଶାଲ-୨୬’

ଲୁଟ ଓ ଛିନତାଇ ମାମଲା ବଢିଚାଲିଥିବାରୁ କମିସନରେଟ୍ ପୁଲିସ ଗଢିଲେ ସ୍ବତନ୍ତ୍ର ଟିମ ‘ସ୍ପେଶାଲ-୨୬’

169
ADVERTISEMENT

ଭୁବନେଶ୍ୱର,୮/୩,(ଡ଼ି.ଏଚ/ବ୍ୟୁରୋ): ରାଜଧାନୀରେ ଲୁଟ ଓ ଛିନତାଇ ମାମଲା ବଢିଚାଲିଥିବାରୁ ତାହା କମିସନରେଟ୍ ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି । ଏସବୁ ଘଟଣାକୁ ନେଇ ଜନ ଅସନ୍ତୋଷ ବଢୁଥିବାରୁ କମିଶନରେଟ ପୁଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ଏହି ସ୍ବତନ୍ତ୍ର ଟିମର ନାମ ରଖାଯାଇଛି ‘ସ୍ପେଶାଲ-୨୬’। ସଡ଼କ ଅପରାଧଗୁଡ଼ିକର ତଦନ୍ତ ପାଇଁ ଏହି ଟିମ ସ୍ବତନ୍ତ୍ର ଭାବେ କାମ କରିବ । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ଛିନତାଇ ପାଇଁ ପ୍ରତ୍ୟେକ ଥାନାରେ ଜଣେ ସ୍ବତନ୍ତ୍ର ଅଧିକାରୀ ରହିବେ ଓ ତାଙ୍କ ଅଧିନରେ ୪ କନଷ୍ଟେବଳ ରହିବେ । ସଡ଼କରେ ହେଉଥିବା ବିଭିନ୍ନ ଅପରାଧ ଯେପରିକି ଲୁଟ,ଛିନତାଇ, ଡକାୟତି ଆଦି ଉପରେ ଏହି ଟିମର ନଜର ରହିବ ।

Advertisement