Friday, November 6, 2026
ADVERTISEMENT
Home ଆଞ୍ଚଳିକ ସଦରଥାନା ଇଲାକାରେ,ଦୁଇ ଦିନରେ ଦୁଇଟି ହତ୍ୟା :ସମ୍ପତ୍ତି ପାଇଁ ବିଧବା ଭାଇବୋହୁକୁ ପିଟିମାରିଲା ଦେଢ଼ଶୁର

ସଦରଥାନା ଇଲାକାରେ,ଦୁଇ ଦିନରେ ଦୁଇଟି ହତ୍ୟା :ସମ୍ପତ୍ତି ପାଇଁ ବିଧବା ଭାଇବୋହୁକୁ ପିଟିମାରିଲା ଦେଢ଼ଶୁର

186
ADVERTISEMENT

କୁକୁଡ଼ାଖଣ୍ଡି,୮/୩,(ଇ.ରଞ୍ଜନ) : କୁକୁଡାଖଣ୍ଡି ବ୍ଲକ ସଦରଥାନା ଇଲାକା ଦିନକୁ ଦିନ ଅସାନ୍ତ ହେବାରେ ଲାଗିଚି ଦୁଇ ଦିନରେ ଦୁଇଟି ହତ୍ୟା ଘଟଣା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିବା ବେଳେ ଆଇନ ଶୃଙ୍ଖଳା ସମ୍ପୂର୍ଣ ରୂପେ ବିପର୍ଯ୍ୟସ୍ତ ହେଇଥିବା ଦେଖିବାକୁ ମିଳିଚି I ମିଳିଥିବା ସୂଚନା ମୁତାବକ ବାଲିପଡ଼ା ଗ୍ରାମର ବିଧବା ସୁଷମା ବିଷୋୟୀ ନିକଟବର୍ତ୍ତୀ ଡ଼େଙ୍ଗାପଦର ଗ୍ରାମର ଏକ ବିଲକୁ ମୁଗ ଅମଳ କରିବା ପାଇଁ ଯାଇଥିବାବେଳେ ସମ୍ପତ୍ତି ଲୋଭି ନର ରାକ୍ଷସ ନିଜ ଦେଢଶୁର ଦ୍ୱାରା ହତ୍ୟାର ଶିକାର ହୋଇଥିଲେ I ସୁଷମାଙ୍କ କୌଣସି ପିଲାଛୁଆ ନଥିବାବେଳେ ସ୍ୱାମୀ ଈଶ୍ୱର ବିଷୋୟୀ ଦୀର୍ଘବର୍ଷ ହେବ ମୃତୁବରଣ କରିଚନ୍ତି ଯାହାଫଳରେ କାଳେ ସୁଷମା ସମ୍ପତି ଦାବି କରିବେ ତାହାକୁ ନଜର ରଖି ଏକ କାଠ ଫାଳିଆ ଏବଂ କାତି ମାଧ୍ୟମରେ ପିଟିପିଟି ବ୍ରହ୍ମପୁର ଦିଗପହଣ୍ଡି ରାଜ୍ୟ ରାଜପଥ ଡ଼େଙ୍ଗାପଦର ଗ୍ରାମ ନିକଟରେ ହିଁ ଦିନ ଦ୍ବିପ୍ରହରରେ ହାଣି ହତ୍ୟା କରିଥିଲେ I ଏବଂ ଘଟଣା ସ୍ତଲରୁ ପ୍ରଭାକର ଫେରାର ହେଇଯାଇଥିଲା I ବାଲିପଡ଼ା ଗ୍ରାମର ଏକ ଘର ମଧ୍ୟରୁ କାତି ଓ କାଠ ଫାଳିଆ ଜବତ କରିଚି ପୋଲିସ I

Advertisement