Friday, November 6, 2026
ADVERTISEMENT
Home ଆଞ୍ଚଳିକ ପ୍ରେମୀ ଯୁଗଳଙ୍କ ସନ୍ଦେହଜନକ ମୃତ୍ୟୁ

ପ୍ରେମୀ ଯୁଗଳଙ୍କ ସନ୍ଦେହଜନକ ମୃତ୍ୟୁ

214
ADVERTISEMENT

ପାରଳାଖେମୁଣ୍ଡି,୮/୩,(ପ୍ରଭାତ କୁମାର ପାତ୍ର) : ପ୍ରେମୀ ଯୁଗଳଙ୍କ ସନ୍ଦେହଜନକ ମୃତ୍ୟୁ । ଏକ ପରିତ୍ୟକ୍ତ ଘରେ ରକ୍ତ ଜୁଡୁଵୁଡୁ ଅବସ୍ଥାରେ ପଡ଼ିରହିଛି ଉଭୟଙ୍କ ମୃତ ଶରୀର। ଏପରି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଗୁରାଣ୍ଡିଥାନା ଅନ୍ତର୍ଗତ କାଣ୍ଟ୍ରାଗଡା ପଞ୍ଚାୟତର ଆରିବା ଗ୍ରାମରେ। ମୃତ ଦୁହେଁ ହେଉଛନ୍ତି ସେହି ଗ୍ରାମର ୨୧ ବର୍ଷୀୟା ଝିଅ ଶିବାଲ ଦିଲେଶ୍ବରୀ , ଓ ୨୮ ବର୍ଷୀୟ ପୁଅ ଟାଲୁରୁ ଶ୍ରୀନୁ । ଦୀର୍ଘ ଦିନ ଧରି ଉଭୟଙ୍କ ପ୍ରେମ ସମ୍ପର୍କ ଲାଖିରହିଥିଲା। ଏହାକୁ ବିରୋଧ କରୁଥିଲେ ଝିଅ ଘର ପରିବାର ଲୋକ। ଗତ କିଛି ଦିନ ମଧ୍ୟରେ ଝିଅକୁ ଅନ୍ୟତ୍ର ବିବାହ କରିବା ପାଇଁ ଯୋଜନା କରୁଥିବା ଜାଣି ଦୁଇଜଣ ମିଶି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି | ଝିଅ ଓ ପୁଅ ରକ୍ତ ଜୁଡୁବୁଡୁ ଅବସ୍ତାରେ ପଡିରହିଛି । ଘଟଣାସୁଳରେ ପୋଲିସ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛି। ରାତ୍ର ସମୟ ହୋଇଥିବାରୁ ସକାଳ ହେଲେ ମୃତ୍ୟୁର କାରଣ ଜଣାପଡିବ ବୋଲି ସୂଚନା ମିଳିଛି।

Advertisement