କୁକୁଡ଼ାଖଣ୍ଡି,୮/୩,(ଇ.ରଞ୍ଜନ) : ସଦର ଥାନା ଅନ୍ତର୍ଗତ ଝାଡ଼ାଙ୍କୁଲିରେ ବେପାର ରେ ଶତ୍ରୁତା ପୂର୍ବଶତ୍ରୁତା କୁ କେନ୍ଦ୍ର କରି ବାପ ପୁଅଙ୍କୁ ଆକ୍ରମଣ । ଅନନ୍ତେଇ ଗ୍ରାମର ବାପ ପୁଅ ଦୀର୍ଘଦିନ ଧରି ଗୋପାଳପୁର ଅନ୍ତର୍ଗତ ବଡ଼ ଗୁମୁଳା ଗ୍ରାମରେ ବାପା କୋରା ସେଠି ପୁଅ ପ୍ରଶାନ୍ତ ସେଠି ରହୁଥିବା ବେଳେ ଗତ କାଲି ରାତ୍ରରେ ଝାଡାଙ୍କୁଲି ଗ୍ରାମକୁ ଯାଇଥିଲେ ସେମାନେ ବ୍ୟବସାୟ କରି ଆସୁଥିବା ବେଳେ ଗ୍ରାମର କିଛି ଲୋକ ସେମାନଙ୍କ ବ୍ୟବସାୟରେ ସଂସ୍ଲିଷ୍ଟ ରହି କାରବାର କରୁଥିବା ବେଳେ ଅନ୍ୟ କିଛି ଲୋକ ସେମାନଙ୍କୁ ପୂର୍ବରୁ ଵେବସାୟରେ ଶତ୍ରୁତା କରିଆସୁଥିଲେ । ରବିବାର ରାତ୍ର ୯ଟାରେ କୌଣସି କଥାକୁ କେନ୍ଦ୍ରକରି ଗ୍ରାମର କିଛି ଲୋକ କୋରା ଓ ପୁଅ ପ୍ରଶାନ୍ତକୁ କାତିରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ କୋରା ସେଠୀଙ୍କ ସେଠାରେ ମୃତ୍ୟୁ ଘଟିଛି ପୁଅ ପ୍ରଶାନ୍ତ ଗୁରୁତର ଥିବାରୁ ଭୁବନେଶ୍ୱର ଆପୋଲୋକୁ ଗୁରୁତର ଅବସ୍ଥାରେ ସ୍ଥାନାନ୍ତର କରିଥିଲେ । ଖବର ପାଇ ସଦରଥାନା ପୋଲିସ ଘଟଣା ସ୍ଥଳରେ ପହଞି ତଦନ୍ତ ଚଲାଇବା ସହ ଜଣକୁ ଅଟକ ରଖିଥିବା ଏକ ବିଶ୍ୱସ ସୂତ୍ର କୁ ଜାଣିବା ପାଇଁ ମିଳିଛି ।


















